pakka

ବ୍ରହ୍ମପୁର ସେଣ୍ଟ୍ରାଲ ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ଗୋପାଳପୁର ମେ-ଫେୟାରରେ ସମାହିତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ବ୍ରହ୍ମପୁର ସେଣ୍ଟ୍ରାଲର ଅଧିଷ୍ଠାନ ଦିବସ ରବିବାର ସନ୍ଧ୍ୟାରେ ଗୋପାଳପୁର ବେଳାଭୂମି ସହରସ୍ଥିତ ମେ-ଫେୟାର ରିସୋର୍ଟ ପରିସରରେ ଆୟୋଜିତ ହୋଇଯାଇଛି । ଝରଣା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍‌ପି ଡ଼ଃ. ଶ୍ରବଣା ବିବେକ-ଏମ୍‌. (ଆଇପିଏସ୍‌) ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଏସ୍‌.ରେଖା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ୟୁ. ହରି ପ୍ରସାଦ ପାତ୍ର ଗତବର୍ଷ କ୍ଲବ ପକ୍ଷରୁ ହୋଇଥିବା ସମାଜ ମଙ୍ଗଳ କାର୍ଯ୍ୟକ୍ରମର ସୂଚନା ଦେଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଟି.ଦୀପକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଆଗାମୀ ବର୍ଷ ନିମନ୍ତେ ସି.ଏଚ୍‌. ମୋହନ ସୁବୁଦ୍ଧି ସଭାପତି ଏବଂ ଭି. ଜୟରାମ ରାଜୁ ସମ୍ପାଦକ ପଦବୀ ଦାୟିତ୍ୱ ଗ୍ରହଣ କରିଥିଲେ । ଅକ୍ଷେନ୍ଦୁ ପଟ୍ଟନାୟକ ଓ ମନ୍‌ଜିତ ହୋତା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରିୟବ୍ରତ ପାଣିଗ୍ରାହୀ ନୂତନ ସଭାପତି ଓ ସମ୍ପାଦକଙ୍କ ଏବଂ ସରୋଜ ପୃଷ୍ଟି ନୂତନ ସଭ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଶୁଭମ ପଟ୍ଟନାୟକ, ଡଃ. ସ୍ମୃତି ରଞ୍ଜନ ପଟ୍ଟନାୟକ, ଡଃ. ଡି. ବ୍ରଜରାଜ, ଏ. ମୋହନ ରାଓ (ସି.ଏ.) ଓ ସୁକାନ୍ତ ପଟ୍ଟନାୟକଙ୍କୁ ମୁଖ୍ୟଅତିଥି ରୋଟାରୀ ସଦସ୍ୟତା ପିନ ପ୍ରଦାନ କରିଥିଲେ । ପିଡିଜି ଡାକ୍ତର ନାରାୟଣ ମିଶ୍ର ନୂତନ କର୍ମକର୍ତ୍ତାଙ୍କ ସମେତ ନୂତନ ସଦସ୍ୟଙ୍କୁ ଶପଥପାଠ କରାଇଥିଲେ । ଏହି ଅବସରରେ କ୍ଲବ ପକ୍ଷରୁ ଆନୁଷ୍ଠାନିକ ପତ୍ରିକା “ଓଡିଶୀ”କୁ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା ।

jay balangir
Leave A Reply

Your email address will not be published.

18 + eleven =