jayashree

ମା’ ଶ୍ୟାମାକାଳୀଙ୍କ ଭବ୍ୟ ଭସାଣି ଯାତ୍ରା ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ହନୁମାନ ପଡ଼ାଠାରେ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ମା’ ଶ୍ୟାମାକାଳୀଙ୍କ ପୂଜନୋତ୍ସବ ଆଜି ୧୧ ତାରିଖ ସକାଳ ୬ଟା ୩୦ ମିନିଟ୍‌ରେ ପୂର୍ଣ୍ଣାହୁତି ଓ ବିଦାୟ ଆଳତି ସହ ଭକ୍ତିମୟ ପରିବେଶରେ ସମାପନ ହୋଇଛି । ଏହି ଅବସରରେ ମା’ଙ୍କ ଭବ୍ୟ ଭସାଣି ଶୋଭାଯାତ୍ରା ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟା ଆଳତି ପରେ ଅର୍କେଷ୍ଟ୍ରା ‘ପ୍ରଭୁ ତୋର ସାହାରା’ ଏବଂ ମା’ ତୁଳସୀ ମହିଳା ଦଣ୍ଡନୃତ୍ୟ ଦଳ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସହସ୍ରାଧିକ ଦର୍ଶକ ଉପଭୋଗ କରିଥିଲେ । ଆଜି ମା’ଙ୍କ ଭସାଣି ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳ, ଘଣ୍ଟବାଦ୍ୟ, ଦୁଲଦୁଲି ଓ ସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ । ବାଦ୍ୟର ତାଳେ ତାଳେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶରେ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ଭସାଣି ଶୋଭାଯାତ୍ରାରେ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.