ଗୋଠଛଡା ଦନ୍ତା ହାତୀର ଉପଦ୍ରବ

ବଣାଇ, (ନାରାୟଣ/ହବିବ) : ଗତ ଦୁଇ ଦିନରୁ ବଣାଇ ପାର୍ଶ୍ଵବର୍ତ୍ତୀ ବଡପୋଷି ଜାଙ୍ଗଳା ଆଦି ଗ୍ରାମ ଗୁଡିକରେ ଏକ ଗୋଠଛଡା ଦନ୍ତା ହାତୀ ଘୁରି ବୁଲୁଛି । ହାତିଟି ଗତରାତ୍ରିରେ ବଡପୋଷି ଗ୍ରାମରେ ଘର ଭାଙ୍ଗିଥିବା ବେଳେ ଗରିବ ଲୋକଙ୍କ ପନିପରିବା ଖାଇବା ସହ ଦଳି ଚକଟି ଦେଇଛି । ହାତୀ ଉପଦ୍ରବରେ ଲୋକେ ଭୟଭୀତ ଅଛନ୍ତି । ଏଣେ ବଣାଇ ବନବିଭାଗ ପକ୍ଷରୁ ଘଟଣା ପ୍ରତି ଗୁରୁତ୍ୱ ଦେଇ ହାତୀକୁ ଅନ୍ୟତ୍ର ଘଉଡ଼ାଉ ନଥିବାରୁ ଜନସାଧାରଣ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × 3 =