pakka

ଚନ୍ଦ୍ରପୁରରେ ରାଧାକୃ‌ଷ୍ଣ ମନ୍ଦିରର ଷଷ୍ଠ ବାର୍ଷିକ ପ୍ରତି‌ଷ୍ଠା ଦିବସ ଉପଲକ୍ଷେ ବିଶ୍ୱଶାନ୍ତି ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ପଞ୍ଚାୟତର ଚନ୍ଦ୍ରପୁର ଗାଁର ରାଧାକୃ‌ଷ୍ଣ ମନ୍ଦିର ସମ୍ମୁଖରେ ଷଷ୍ଠ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଦିବସ ଉପଲ‌କ୍ଷେ ଗତ ଶୁକ୍ରବାର ଦିନ ଆାରମ୍ଭ ହୋଇଥିବା ବିଶ୍ୱଶାନ୍ତି ଅଷ୍ଟପ୍ରହରୀ ନାମଯଜ୍ଞ ଶନିବାର ଉଦଯାପିତ ହୋଇଯାଇଛି । ଗୁରବୁାର ଦିନ ଅପରାହ୍ନରେ ସ୍ଥାନୀୟ ଚନ୍ଦ୍ରସାଗରରୁ ପ୍ରବିତ୍ର କଳସ ଯାତ୍ରା ଆରମ୍ଭ ହୋଇ ଗାଁ ପରିକ୍ରମା କରିବା ପରେ ଯଜ୍ଞମଣ୍ଡପରେ କଳସ ସ୍ଥାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ସହ ବିଭିନ୍ନ ଗାଁର ଶତାଧିକ ମହିଳା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଯଜ୍ଞ କର୍ତ୍ତା ଭାବେ ଶ୍ରୀମତୀ ରୁକ୍ମଣୀ ନାଗ ଓ ଶେଷଦେବ ନାଗ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ପଣ୍ଡିତ ଭୀମସେନ ମିଶ୍ର ଦାୟିତ୍ୱ ତୁଲାଇଥିଲେ । ନାମଯଜ୍ଞରେ ହୀରାପୁର, ଧୁବଳପଡ଼ା, କଲାହାଣ୍ଡିର ଜମମୁଣ୍ଡା, ଲୁରକି, ବାଞ୍ଜିବାହାଲି, ଡଙ୍ଗାବାହାଲ ପ୍ରମୁଖ କିର୍ତ୍ତନ୍ୟ ଦଳ ଭାଗ ନେଇଥିବା ବେଳେ ଆଖ ପାଖ ଗାଁର ଶ୍ରଦ୍ଦାଳୁମାନେ ଯୋଗ ଦେଇଥିଲେ । ଗାଁର ସମସ୍ତଙ୍କ ସହଯୋଗରେ ନାମଯଜ୍ଞ ସମାପନ ହୋଇଥିଲା ।

jay balangir
Leave A Reply

Your email address will not be published.

eighteen + one =