pakka

ଡି. କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତ ଠାରେ ମ. ରାମପୁର ବନାଞ୍ଚଳ ତରଫରୁ ବିଶ୍ୱ ବନଦିବସ ପାଳିତ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳ ଅନ୍ତର୍ଗତ ଡି. କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମ. ରାମପୁର ବନାଞ୍ଚଳ ତରଫରୁ ବିଶ୍ୱ ବନଦିବସ ପାଳନ ସହିତ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ନବ ନିର୍ବାଚିତ ସରପଞ୍ଚ ସ୍ନିଗ୍ଧା ରଣା, ମୁଖ୍ୟ ଅତିଥି ଭାବେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ, ସଂମାନିତ ଅତିଥି ଭାବେ ନାଏବ ସରପଞ୍ଚ ଲିଙ୍ଗରାଜ ବିଭାର, ପଞ୍ଚାୟତ ସମିତି ସଭ୍ୟ ଭବାନୀ ଶଙ୍କର, ସମାଜସେବୀ ତଥା ମାନିକେରା ପୂର୍ବତନ ସରପଞ୍ଚ ଫକିର ରଣା, ବନରକ୍ଷୀ ରାଜ ଲଷ୍ମୀ ପଧାନ, ଦାମୋଦର ସାହୁ ଓ ଗୋପୀନାଥ ନାଏକ ଉପସ୍ଥିତ ଥିଲେ । ପ୍ରଥମେ ନବ ନିର୍ବାଚିତ ପଞ୍ଚାୟତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ନିଆଁ ଦାଉରୁ ରକ୍ଷା କରି ଜଙ୍ଗଲ ନିଆଁ ମୁକ୍ତ ଗ୍ରାମ ପଂଚାୟତ ଗଠନ ଓ ବିଶ୍ୱ ବନ ଦିବସର ପାଳନର ଉଦ୍ଦେଶ୍ୟ ଓ ଉପକରିତା ଉପରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବା ବେଳେ ବିକାଶ ଅଧିକାରୀ କୁନୁ ଛାତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏ.ବି.କେ ରଞ୍ଜିତା ପଧାନ, ସମାଜସେବୀ ହେମରାଜ ପଧାନ, ବିକାଶ ଅଧିକାରୀ ହେମନ୍ତ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ପଂଚାୟତ କର୍ମଚାରୀ ମହିଳା ମଣ୍ଡଳର ସଦସ୍ୟାମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

17 + twelve =