ls

ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

a12

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗ୍ରାମରେ ୧୯୬୭ ମସିହାରୁ ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇଆସୁଛି । ମହୋତ୍ସବର ପ୍ରଥମ ଦିନରେ ମଞ୍ଚରେ ଆଦ୍ୟ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ନାଟକ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁଷ୍ପେନ୍ଦ୍ର ସିଂ ଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମ୍ମାନିତ ଅତିଥି ଭାବରେ ରାମବତାର ଅଗ୍ରୱାଲ, ସତ୍ୟନାରାୟଣ ସାହୁ, ରୋମାଞ୍ଚ ସାହୁ, ଚିରାଗ ସିଂ ଦେଓ, ପ୍ରେମସାଗର ନାଏକ, ଦିବାକର ସାହୁ, ଉଲପି ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନର ସଭାପତି କାମଦେବ ସାହୁ, ସମ୍ପାଦକ ନରେଶ ସାହୁ ତଥା ଉପଦେଷ୍ଟା ଡ଼. ଲୋକନାଥ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ନାଟକର ରଚୟିତା ଏବଂ ନିର୍ଦ୍ଦେଶକ ପାର୍ଥବ ବାଗ ନାଟକକୁ ପ୍ରସ୍ତୁତ କରିଥିଲେ । ତୁଜୁଙ୍ଗ ଗ୍ରାମର ଯୁବ ଲେଖକ ତଥା କବି ବିଶ୍ୱନାଥ ସାହୁ ମଞ୍ଚ ପରିଚାଳନା ସୁଚାରୁ ରୂପେ କରିବା ସହିତ ଅନୁଷ୍ଠାନ ତରଫରୁ ଗ୍ରାମର ପ୍ରଥମ ନାଟ୍ୟ ଗୁରୁ ଫକୀର ସାହୁ ଏବଂ ପୁରୁଣା କଳାକାରମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚର ମୁଖ୍ୟ ଅତିଥିଙ୍କ ଆଗ୍ରହ କ୍ରମେ ଚଳିତ ବର୍ଷ ମହୋତ୍ସବର ଗୁରୁଦାୟିତ୍ୱ ତୁଳାଉଥିବା ଡାକ୍ତର ଲୋକନାଥ ସାହୁଙ୍କୁ ମଧ୍ୟ ସମର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ସମସ୍ତ କଳାକାର, ଅନୁଷ୍ଠାନର ସମସ୍ତ ସଦସ୍ୟ, ଗ୍ରାମର ସର୍ବସାଧାରଣଙ୍କୁ ଧନ୍ୟବାଦ ଦେଇ ମଞ୍ଚ କାର୍ଯ୍ୟକ୍ରମକୁ ସମାପନ କରି ନାଟକ ଆରମ୍ଭ ହୋଇଥିଲା ।

manabhanjan
Leave A Reply

Your email address will not be published.