jsm

ବେଲପଡାରେ ତାରିଣୀ ପୂଜା ପାଇଁ ପୂର୍ଣ୍ଣ କଳସ ଯାତ୍ରା ଅନୁଷ୍ଠିତ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡାର ପ୍ରସିଦ୍ଧ ତାରିଣୀ ପୀଠରେ ଚୈତ୍ର ତାରିଣୀ ପୂଜାନୋଉତ୍ସବ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ତାରିଣୀ ପୀଠରେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା କର୍ତ୍ତା ଭାବେ ଅରୁଣ ଜୈନ ଓ ତାଙ୍କ ଧର୍ମପତ୍ନୀ ଆଶା ଜୈନ କାର୍ଯ୍ୟନିବାର୍ହ କରିଥିବା ବେଳେ ପୂଜକ ଭାବେ ମାନସ ରଞ୍ଜନ ନାଏକ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିଲେ । ତିନି ଦିନ ଧରି ଅନୁଷ୍ଠିତ ତାରିଣୀ ଯାତ୍ରାରେ ପ୍ରତ୍ୟେକ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ, ଅର୍କ୍ରେଷ୍ଟା ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦେଇଛନ୍ତି । ଏହି ଅବସରରେ ବେଲପଡା ବ୍ଲକର ୬ଟି ପଂଚାୟତର ନବ ନିର୍ବାଚିତ ସରପଞ୍ଚ ବେଲପଡା ପଂଚାୟତ ହରିଚନ୍ଦ୍ର ବୁଡ଼େକ, ଧୂମାଭଟା ବନମାଳୀ ନାଏକ, ଜନାର୍ଦ୍ଦନ ସିଂ, ବଳ ରାଉତ, କାଳିଆ ଦେଓ, ଜନାର୍ଦ୍ଦନ ଥନାପତି, ସୁକାନ୍ତ ଭୋଇଙ୍କୁ ତାରିଣୀ ଯାତ୍ରା କମିଟି ପକ୍ଷରୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସମ୍ପାଦକ ପିଣ୍ଟୁ କୁମାର ଜୈନ, କୌତୁକ ଭୋଇ, ଶ୍ରସୀ ପୁଟେଲ, ତୁଲାରାମ ଗୁରୁ, ମଦନ ବୁଡ଼େକ, ହାଡୁଥପା, ସୁରେନ୍ଦ୍ର ବାଗ, ପ୍ରଦୀପ ବୁଡ଼େକ, ବିଷ୍ଣୁ ବୁଡ଼େକ, ପ୍ରଭାତ ବୁଡ଼େକ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.