
ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାନମୁଣ୍ଢାବଣି ପଞ୍ଚାୟତ ବାଘାଝରଣ ନିକଟରୁ ଏକ ଶିଶୁ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ମୃତଦେହ ଉଦ୍ଧାର କରିଛି । ତେବେ ଶିଶୁ ହାତୀର ମୃତ୍ୟୁ କିଭଳି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।