csstore

ବରଗଡ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ୧୭୪ତମ ଜନ୍ମ ଜୟନ୍ତୀ ପାଳିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ହେ ବରପୁତ୍ର ଓଡ଼ିଶା ମାଟିର ତୁମକୁ କୋଟି ପ୍ରଣାମ……. ଗୀତର ମୂର୍ଚ୍ଛନାରେ ଉଦ୍ଭାସିତ ହୋଇ ଉଠିଥିଲା ଆଜି ଜିଲ୍ଲା ଓକିଲ ସଂଘର ପ୍ରେକ୍ଷାଳୟ । ପବିତ୍ର ଆଇନଜୀବୀ ଦିବସ ତଥା ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜନ୍ମ ଜୟନ୍ତୀ ସମାରୋହରେ ବରଗଡ ଜିଲ୍ଲା ଓ ଦୌରାଜଜ ଅସୀମ ଦଳବେହେରା ମୁଖ୍ୟ ଅତିଥି ଓ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ଶ୍ରୋତଶ୍ଵିନୀ କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ଦଳ ବେହେରା ଓକିଲ ସଂଘ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସଙ୍ଘର ମହିଳା ସଦସ୍ୟାମାନଙ୍କ ଦ୍ଵାରା ପ୍ରସ୍ତୁତ ସଂଘର ପ୍ରାଚୀର ପତ୍ର ନ୍ୟାୟଶିଖାକୁ ଉନ୍ମୋଚନ କରିଥିଲେ । ସଂଘର ସମ୍ମିଳନୀ କକ୍ଷରେ ଜିଲ୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ସଭାପତିତ୍ବରେ ଓ ସାଧାରଣ ସମ୍ପାଦକ ହରିହର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଶ୍ରୀ ଦଳବେହେରା ଓ ଶ୍ରୀମତୀ କର ମା ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ବୁଦ୍ଧଦେବ ବାରିକଙ୍କ ସଂଯୋଜନା ତଥା କୁଳମଣି ଭୋଷାଗର ଓ ତୁଲାରାମ ମହାନନ୍ଦଙ୍କ ସଙ୍ଗୀତରେ ଶୁଭଲକ୍ଷ୍ମୀ ଦାଶ, ସବନମ ଦାଶ ଓ ଆଁଚଲ ଚୌଧରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଓକିଲାତିରେ ୩୫ ବର୍ଷରୁ ଅଧିକ ସଂଘକୁ ସେବା ଦେଇଥିବା ବରିଷ୍ଠ ଆଇନଜୀବୀ ପଞ୍ଚାନନ ମିଶ୍ର, ଯଜ୍ଞେଶ୍ୱର ସାହୁ, ମଧୁସୂଦନ ପଣ୍ଡା, ଅଶ୍ଵିନୀ ଦାଶ, ଶ୍ରୀଧର ସାହୁ, ରୁଦ୍ର ପ୍ରତାପ ପଣ୍ଡା, ରମେଶ ଚନ୍ଦ୍ର ନନ୍ଦ, ସୁଶିଲ କୁମାର ମିଶ୍ର ଓ ସୁକାନ୍ତ ଦାଶଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ଉଭୟ ଅତିଥିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ଉପ ସଭାପତି ହେମନ୍ତ ପୁରୋହିତ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜି ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ନ୍ୟାୟଧିକାରୀ, ଓକିଲମାନଙ୍କୁ ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ନ୍ୟାୟିକ ଯୋଜନା ସମ୍ପର୍କରେ ଅବତାରଣା ଦେଇଥିଲେ ।

jayashree
Leave A Reply

Your email address will not be published.