ଜିଲ୍ଲା କ୍ରୀଡା ସଂସଦର ଆଜୀବନ ସଦସ୍ୟ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ବିୟୋଗରେ ଶୋକସଭା

csstore

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସଂସଦର ଆଜୀବନ ସଦସ୍ୟ ତଥା ରାଜନେତା ସ୍ୱର୍ଗତ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ପ୍ରଥମେ ସ୍ବର୍ଗତ ଆଚାର୍ଯ୍ୟ ଓ କ୍ରୀଡା ସଂସଦର ଉପ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ମାତା ସ୍ବର୍ଗତା ଉଷା ପ୍ରସାଦ ସିଂ (ସ୍ବର୍ଗତ ଧର୍ମରାଜ ପ୍ରସାଦ ସିଂଙ୍କ ଧର୍ମପତ୍ନୀ)ଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଉପସ୍ଥିତ କର୍ମକର୍ତା ମାନେ ଉଭୟଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କ୍ରୀଡା ସଂସଦର କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଇଣ୍ଡୋର ଗେମ୍ସ ସମ୍ପାଦକ ରବି ପଣ୍ଡା, ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, ଫୁଟବଲ ସମ୍ପାଦକ ସେକ ଶବ୍ଦର, ପୁର୍ବତନ ଫୁଟବଲ ସମ୍ପାଦକ ଜ୍ଞାନ ରଞ୍ଜନ ପୂଜାରୀ, ପଞ୍ଚାନନ ପାତ୍ର, ଅମିୟ ଶର୍ମା, ରାକେଶ ସିଂ, ଆଶିଷ ତ୍ରିପାଠୀ, ଅମିତ୍ ସାହୁ ଓ ବହୁ ଫୁଟବଲ ଏବଂ କ୍ରିକେଟ ଖେଳାଳି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.