pakka

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରାନ୍ତୀୟ ସୂଚନା ନିମନ୍ତେ ହେଲ୍ପ ଲାଇନ ନମ୍ବର ଜାରି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରାନ୍ତୀୟ ସୂଚନା ନିମନ୍ତେ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଏଣୁ ଏଣିକି କରୋନା ସଂକ୍ରାନ୍ତୀୟ ସୂଚନା ପାଇଁ ୨୪X୭ କଣ୍ଟ୍ରୋଲ ରୁମର ସୁବିଧା ଜିଲ୍ଲାବାସୀ ପାଇପାରିବେ । କୋଭିଡ-୧୯ ସମ୍ବନ୍ଧୀୟ ପଚରାଉଚୁରା, ଅଭିଯୋଗ, ଅନୁରୋଧ ତଥା ମତାମତ ନିମନ୍ତେ ହେଲ୍ପଲାଇନ ନମ୍ବର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି । ଏଥିପାଇଁ ପ୍ରଦତ୍ତ ଲେଣ୍ଡ ଲାଇନ ନମ୍ବର ୦୬୬୫୨-୨୩୨୭୭୩ ଏବଂ ୦୬୬୫୨-୨୩୦୯୬୯ ଏବଂ ମୋବାଇଲ/ୱାର୍ଟଆପ୍‌ ନମ୍ବର ୯୪୩୮୭୭୬୩୯୪ରେ ଯୋଗାଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

9 + eight =

error: Content is protected !!