pr

ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନର ସବୁଜ ଗାଁ କାର୍ଯ୍ୟକ୍ରମର ଶୁଭାରମ୍ଭ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ ତରଫରୁ ପରିବେଶ ସୁରକ୍ଷା ଜୀବନ ରକ୍ଷା ନାରା ନେଇ ସବୁଜ ଗାଁ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗାଁରେ କରାଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ୩୦୦ ଚାରା ରୋପଣ କରାଯିବା ସହ ଏକ ରକ୍ତଦାନ ଶିବିର ଏବଂ କରୋନା ଟୀକା ସଚେତନତା ଓ ଟୀକାକରଣ କରାଯାଇଥିଲା । ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରିବା ସହ ବହୁ ଲୋକଙ୍କୁ ଏମ ରାଇଟ ଅନୁଷ୍ଠାନ ସହଯୋଗରେ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ସମାଜସେବୀ ଡୋଲମଣୀ ସାହୁ, ପବିତ୍ର ପଧାନ, ଅନୁଭବ ସାହୁଙ୍କ ସଂଯୋଜନାରେ ହୋଇଥିଲା । ଅନୁଷ୍ଠାନର ଉପଦେଷ୍ଟା ପ୍ରଭାସ ପାଣିଗ୍ରାହୀ, ଉପଦେଷ୍ଟା ନିହାର ବେହେରା, ରାଜେନ୍ଦ୍ର ହୋତା, ସାଂସ୍କୃତିକ ଉପଦେଷ୍ଟା ବାସୁ ସା ଉପସ୍ଥିତ ଥିଲେ । ତାସହ କାର୍ଯ୍ୟକ୍ରମକୁ ବିଙ୍ଗ୍‌ ହ୍ୟୁମାନ ଆଗଲପୁରର ଅଧ୍ୟକ୍ଷ ସଂଯୋଗ ସାହୁ, ବାସୁଦେବ କର, ସତ୍ୟ ଠାକୁର, ଭରତ ସାହୁ, ଶରତ ସାହୁ, ହରିଶ୍ଚନ୍ଦ୍ର ବିଶ୍ୱାଳ, ଦୁଷ୍ମନ୍ତ ପଧାନ, ରାକେଶ ସାହୁ, ପିଣ୍ଟୁ ଯୋଶୀ, ବୁଦ୍ଧଦେବ ସାହୁ, ନିତ୍ୟା ସାହୁ, ପିଣ୍ଟୁ ରଣା, ଶ୍ରୀପତି ପଧାନ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.