ରାଉରକେଲା, (ସସ୍ମିତା ପ୍ରଧାନ) : ପିଏଲ୍ଏଫ୍ଆଇ ଜୋନାଲ କମାଣ୍ଡର ସନ୍ତୋଷ କାଣ୍ଡାଲାନାଙ୍କୁ ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ପୋଲିସ ଗିରଫ କରିଛି । ସନ୍ତୋଷଙ୍କ ନାଁରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।
ଝାଡ଼ଖଣ୍ଡ ପଶ୍ଚିମ ସିଂଭୂମି ବନ୍ଧଗାଁ ଥାନା ସେସୋ ଗାଁରେ ଥିବା ଶଶୁରଘରକୁ ଆସିଥିବା ବେଳେ ଖବର ପାଇ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ସନ୍ତୋଷଙ୍କ ନାଁରେ ଝାଡ଼ଖଣ୍ଡରେ ୬ଟି ହତ୍ୟା ମାମଲା, ୧୬ଟି ହତ୍ୟା ଉଦ୍ୟମ, ଲୁଟ ଡକାୟତି ରାହଜାନିକୁ ମିଶାଇ ୩୩ଟି ମାମଲା ରହିଛି । ରାଉରକେଲା ସୁନ୍ଦରଗଡ଼ର ବିଭିନ୍ନ ଥାନାରେ ତାଙ୍କ ନାଁରେ ଅନେକ ସଙ୍ଗୀନ ମାମଲା ରହିଛି ବୋଲି ଚାଇଁବସା ଏସପି ଆଶୁତୋଷ ଶେଖର ସୂଚନା ଦେଇଛନ୍ତି । ସନ୍ତୋଷଙ୍କ ପାଖରୁ ଅନେକ ବନ୍ଧୁକ ଓ ଗୁଳିଗୋଳା ଜବତ ହୋଇଛି । ତାଙ୍କ ନିକଟରୁ ଗୋଟିଏ ଏକେ ୪୭, ୧୦୩ଟି ଗୁଳି, ୪୪ ପୃଷ୍ଠା ମାଓ ପତ୍ରିକା, ୮ଟି ମୋବାଇଲ, ଗୋଟିଏ କଳା ବ୍ୟାଗ ସହ ନିତ୍ୟ ବ୍ୟବହାର ଜିନିଷ ଜବତ କରିଛି ।