pakka

ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ବିଭିନ୍ନ ସେବା ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

bbehera
  • ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି,
  • ମହିଳା କର୍ମଚାରୀମାନଙ୍କ ପାଇଁ ୧୮୦ ଦିନର ମାତୃତ୍ୱ ଛୁଟି
  • ୧୬ ବର୍ଷ ପରେ ଉଚ୍ଚତର ବେତନ ହାର ସ୍ତରରେ Placement Scale ସୁବିଧା,
  • ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି
  • ଉପକୃତ ହେବେ ପ୍ରାୟ ୧୭,୫୦୦ କର୍ମଚାରୀ
  • ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ । ଏଥି ସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଦୁଇଟି ଜୀବିତ ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୮୦ ଦିନର ମାତୃତ୍ଵ ଛୁଟି ମିଳିବ । ବ୍ଲକ ଗ୍ରାଣ୍ଟ ପାଇବା ଦି ଠାରୁ ୧୬ ବର୍ଷ ପରେ, ଅନୁଦାନ ପ୍ରାପ୍ତ ଶିକ୍ଷକଙ୍କୁ ଉଚ୍ଚତର ବେତନ ହାର ସ୍ତରରେ ଏକ Placement Scale ସୁବିଧା ପ୍ରଦାନ କରାଯିବ । ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପାଇଁ ସେବା ସମୟରେ ମୃତ୍ୟୁବରଣ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା ରାଶି ଯଥାକ୍ରମେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା କୁ ଏବଂ ୧.୫୦ ଲକ୍ଷରୁ ୩.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଇତି ମଧ୍ୟରେ କ୍ୟାବିନେଟ, ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଷାଠିଏ ବର୍ଷ ବୟସରେ ସେବା ନିବୃତ୍ତି ସମୟରେ ଏକକାଳୀନ ରାଶି ଭାବରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଯଥାକ୍ରମେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ବ୍ଲକ ଗ୍ରାଣ୍ଟ କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧୭,୫୦୦ କର୍ମଚାରୀ ଉପକୃତ ହେବେ ।

jay balangir
Leave A Reply

Your email address will not be published.

four − two =