pakka

ଚର୍ଚ୍ଚାରେ ଆକବର ଖାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚର୍ଚ୍ଚାରେ ଏବେ ଆକବର ଖାନ । ବଲାଙ୍ଗିର ସାଂସଦ ଆସନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ କିଏ ସାଂସଦ ପ୍ରାର୍ଥୀ ହେବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଆଉ କିଛି ଦିନ ଭିତରେ ସାଂସଦ ପଦବୀ ପାଇଁ ବିଭିନ୍ନ ଦଳ ନିଜସ୍ୱ ପ୍ରାର୍ଥୀ ଘୋଷାଣା କରିବେ । ଚୂଡାନ୍ତ ତାଲିକା ପ୍ରକାଶ ପୂର୍ବରୁ ଅଂଚଳରେ ନେତାଙ୍କ ପ୍ରଭାବ ଓ ବିଜୟ ସମ୍ଭାବନାକୁ ନେଇ ଦଳମାନେ ବିଭିନ୍ନ ଉପାୟରେ ସର୍ଭେ ଜାରି ରଖିଛନ୍ତି । ସେହିପରି କଂଗ୍ରେସ ଦଳ ପ୍ରଗମନ ଆପ, ଜିଲ୍ଲା କଂଗ୍ରେସ କମିଟି ଓ ସ୍ୱତନ୍ତ୍ର ସର୍ଭେର ରିପୋର୍ଟ କଂଗ୍ରେସ ସ୍କ୍ରିନିଂ କମିଟି ପାଖକୁ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ବଲାଙ୍ଗିର ସାଂସଦ ପ୍ରାର୍ଥୀ ପାଇଁ ଯୁବ ବ୍ୟବସାୟୀ ତଥା ପିସିସି ସଂପାଦକ ମହମ୍ମଦ ଆକବର ଖାନ ଓ ପ୍ରଖ୍ୟାତ ଅଭିନେତା ମନୋଜ ମିଶ୍ରଙ୍କ ନାମ ଶୀର୍ଷରେ ରହିଛି । ସେ ଭିତରେ ପ୍ରଗମନ ଆପ ମାଧ୍ୟମରେ କରାଯାଇଥିବା ସର୍ଭେରେ ଯୁବନେତା ମହମ୍ମଦ ଆକବର ଖାନଙ୍କୁ ୨୧୮୨ ଖଣ୍ଡ ମତ ମିଳିଥିବା ବେଳେ ଅଭିନେତା ମନୋଜ ମିଶ୍ରଙ୍କୁ ମିଳିଥିବା ମତ ଶହେ ପାର କରିନଥିବା ସୂଚନା ମିଳିଛି । ଆକବର ଖାନ ଛାତ୍ର ରାଜନୀତିକୁ ନେଇ ନିଜକୁ କଂଗ୍ରେସ ସହ ଯୋଡିଥିଲେ । ପୁଲିସ ଗାଡ଼ି ଧକ୍କାରେ ଘଟିଥିବା ଛାତ୍ର ମୃତ୍ୟୁ ପ୍ରତିବାଦରେ ହୋଇଥିବା ବିରାଟ ଜନ ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରେ ପରେ ପାରା ମେଡିକାଲ କର୍ମୀଙ୍କ ବିଭିନ୍ନ ସମସ୍ୟା, ଯୁବକମାନଙ୍କ ବେକାରୀ ସମସ୍ୟା ନେଇ ଦୀର୍ଘ ଦିନ ଲଢିଥିଲେ । ଯୁବ କଂଗ୍ରେସ ଦଳ ପାଇଁ ଫୁଡ୍‌ ସିକ୍ୟୁରିଟି ବିଲ୍‌ ବିରୁଦ୍ଧରେ ସାଇକିଲ ର‍୍ୟାଲିରେ ଗାଁ ଗାଁ ଯାଇ ଲୋକଙ୍କୁ ସଚେତନ କରିଥିଲେ । ତା’ଛଡା ବଲାଙ୍ଗିର ଲୋକସଭା ଯୁବ କଂଗ୍ରେସ ସାଧାରଣ ସଂପାଦକ ଦାୟିତ୍ୱ ନେଇ କଂଟାବାଞ୍ଜି ଓ ଲୋଇସିଂହା ଅଂଚଳରେ ଦଳ ପାଇଁ ଅନେକ କାମ କରିଥିଲେ । ବଲାଙ୍ଗିରର ଯୁବକ ଓ ଦଳୀୟ କର୍ମୀଙ୍କ ପ୍ରଥମ ପସନ୍ଦ ଥିବା ଆକବର ଖାନଙ୍କୁ ଏହି ରିପୋର୍ଟ ସତ୍ୟ ମୋହର ମାରିଥିବା ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

12 + fourteen =