pakka

ମାଗଣା ଚକ୍ଷୁ ପରୀକ୍ଷା ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ଏବଂ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପତିତପାବନ ଏକାଡେମୀ ହାଇସ୍କୁଲ ପ୍ରାଙ୍ଗଣରେ ସକାଳ ୬ ଘଣ୍ଟାଠାରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଭ୍ୟ ଅଶୋକ କୁମାର ମିଶ୍ରଙ୍କ ଆବାହକତ୍ୱରେ ମହାନଦୀ ନେତ୍ର ଚିକିତ୍ସାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରାୟ ୮୦ ଜଣ ମହିଳା ଏବଂ ପୁରୁଷଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମଂଚର ଉପ-ସଭାପତି ପ୍ରଭାକର ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଭାପତି ନାରାୟଣ ପାଢୀ ଏବଂ ସଂପାଦକ ଅଶୋକ କୁମାର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚକ୍ଷୁ ପରୀକ୍ଷା ଶିବିର ପରିଚାଳିତ ହୋଇଥିଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିନୟ କୁମାର ମିଶ୍ରଙ୍କ ଦ୍ୱାରା ପଞ୍ଜିକରଣ ତଥା ରୋଗୀମାନଙ୍କ ସୁବିଧା ଏବଂ ସହଜରେ ଚକ୍ଷୁ ପରୀକ୍ଷା କାମର ତଦାରଖ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଚୁଡେନ୍ଦର ବେହେରା, ଚିତ୍ତରଂଜନ ପଟେଲ, ସୁନିଲ କୁମାର ବିଶ୍ୱାଲ, ନିଳାଚଳ ଚିରଗୁନ, ପ୍ରଦ୍ୟୁମ୍ନ ଗଡତ୍ୟା, ନରେନ୍ଦ୍ର କବାଟ, ଗୌର ପୁରୋହିତ, କପିଳେଶ୍ୱର ଖମାରୀ, ମଥାମଣି ପଣ୍ଡା ଚକ୍ଷୁ ପରୀକ୍ଷା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

3 × three =