pakka

ତୁଳସୀ ନଗର ଦୁର୍ଗା ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଓଡ଼ିଶା ସରକାରଙ୍କ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ଆଜି ତୁଳସୀ ନଗର ଦୁର୍ଗା ପୂଜା ମଣ୍ଡପର ଉନ୍ନତିକରଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପିତ ହୋଇଯାଇଛି । ଏଥିପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ପାଣ୍ଠିରୁ ୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି କିଶୋର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଭ୍ୟ ବାଞ୍ଛାନିଧି ମିଶ୍ର ମଣ୍ଡପର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ ଲିକା ସାହୁ ଓ ଶ୍ରୀଯୁକ୍ତ ସିଂଦେଓ ଆଗାମୀ ଦିନରେ ମଣ୍ଡପ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କମିଟି ସମ୍ପାଦକ ସୁନିଲ କୁମାର ମହାନ୍ତି ପରିଚାଳନା କରିଥିଲେ । ଏହି ଅବସରରେ କାଉନସିଲର ଗଙ୍ଗା ଚାନ୍ଦଙ୍କ ସମେତ ଦୁର୍ଗାପୂଜା କମିଟିର ଶତାଧିକ ସଭ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

16 + 6 =