ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ : ଖୋଲା ଆକାଶ ତଳେ ବିତୁଛି ଜୀବନ

ବେଲପଡା, (କରୁଣାକର ବୁଡେକ) : ସରକାର ଗରିବ ଅସହାୟ ଲୋକଙ୍କ ପାଇଁ ଆବାସ ଯୋଜନାଠୁ ଆରମ୍ଭ କରି ବହୁ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । ରାଜ୍ୟର ସମସ୍ତଙ୍କ ଗରିବ ପରିବାରକୁ ପାଇଁ ପକ୍କାଘର ଦେବାକୁ ପ୍ରତିଶୃତି ଦେଇଛନ୍ତି । ହେଲେ ବ୍ଲକ ସ୍ତରରେ ନିୟୋଜିତ ଅଧିକାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ପାଇଁ ହିତାଧିକାରୀଙ୍କ ପାଖରେ ଯୋଜନାର ଲାଭ ପହଁଚି ପାରୁନାହିଁ । ଯାହା ଫଳରେ ଘର ନପାଇ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଗରିବ ପରିବାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବେଲପଡା ବ୍ଲକ ପଣ୍ଡରିଜୋର ଗାଁରେ ବସବାସ କରୁଥିବା ଧବଳେଶ୍ୱର ମିର୍ଦ୍ଧାଙ୍କ ପରିବାର । ପ୍ରାପ୍ତ ସୂଚନା ମତେ ପଣ୍ଡରିଜୋର ପଚାଂୟତ କାର୍ଯ୍ୟାଳୟ ପାଖରୁ ୫୦୦ ଦୂରରେ ପ୍ରାୟ ୪୫ବର୍ଷ ଧରି ବସବାସ କରିଆସୁଛନ୍ତି ଧବଲେଶ୍ୱର ମିର୍ଦ୍ଧା । ପାଖରେ ତାଙ୍କର ସ୍ତ୍ରୀ ପୂର୍ଣ୍ଣବାସୀ ମିର୍ଦ୍ଧା ଏବଂ ତିନି ପୁଅ ଅଛନ୍ତି । ଘରଦ୍ୱାର କିଛି ନଥିବାରୁ ସେ ନିଜ ସମ୍ପର୍କୀୟ ପାଖରେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ବର୍ଷା, ଶୀତ କି ଖରା ସବୁ ସମୟରେ ସେମାନେ ଦୁଃଖକୁ ଆଦରି ଜୀବନ ଜାପନ କରୁଥିବା ସେ କହିଛନ୍ତି । ଜେଣେତେଣେ ଲୋକଙ୍କ କୁଲି, ମଜୁରି କାମ କରି ତ ଖାଇବାକୁ ମୁଠାଏ ପାଇଯାଉଛନ୍ତି । ହେଲେ ମୁଣ୍ଡ ଗୁଞ୍ଜିବାକୁ ବାସସ୍ଥାନ ନଥିବାରୁ ବହୁ ଦୁର୍ଦ୍ଦଶା ଭୋଗଥିବା ଜଣାପଡିଛି । ପାଖରେ ଅର୍ଥଭାଗ ଯୋଗୁଁ ଘର ବି ତିଆରି କରିପାରୁନାହାନ୍ତି । ଆବାସ ଘର ପାଇଁ ବାରମ୍ବାର ସରପଞ୍ଚ , ବିଡିଓକୁ ଅଭିଯୋଗ କରିଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନଥିବା ସେ ଅଭିଯୋଗ କରିଛନ୍ତି । ୨୦୧୧ ଜଣଗଣନା ଅନୁସାରେ ତାଙ୍କ ନାଁ ତାଲିକାରେ ନଥିବାରୁ ସେ ଘର ପାଇବାରୁ ବଞ୍ଚିତ ଥିବା ଜଣାପଡିଛି । ବିଭାଗୀୟ ଅଧିକାରୀ ଏହା ଉପରେ ଦୃଷ୍ଟିଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.