ମାଓ ମୁକାବିଲା ପାଇଁ ଗଠନ ହେବ ପୋଲିସ ଯବାନ ମିଳିତ ଟ୍ରାକ୍ସଫୋର୍ସ

ନୂଆପଡା, (ନିରାକାର ମେହେର) : ଆଜି ଦିନିକିଆ ଗସ୍ତରେ ଆସି ନବ ନିର୍ମିତ ପୋଲିସ ଇଣ୍ଟିଲିଜେନ୍ସି ଅଫ ଅପରେସନ ବିଲ୍ଡିଂ ଗୃହକୁ ଉଦ୍‌ଘାଟନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଏହା ପରେ ମାଓ ଗତିବିଧି ଉପରେ ପୋଲିସ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାରେ ମାଓ କାର୍ଯ୍ୟକଳାପ ରୋକିବାରେ ନୂଆପଡାର ଯବାନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ଡିଜିପି ।

ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ ଖୁବ୍‌ ଶୀଘ୍ର ନୂଆପଡା ଓ ଛତିଶଗଡ଼ ସୀମାନ୍ତ ବୋର୍ଡର ରୃଆରେ ଦୁଇ ରାଜ୍ୟର ପୋଲିସ ଯବାନ ମିଳିତ ଟ୍ରାକ୍ସଫୋର୍ସ ଗଠନ କରି ମାଓ ମୁକାବିଲା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ମାଓ ପ୍ରଭାବିତ ଅଞ୍ଚଳର ଉନ୍ନୟନମୂଳକ କାମ ଅଗ୍ରଗତିକୁ ନେଇ ଖୁସିବ୍ୟକ୍ତ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଶେଷରେ ମାଓବାଦୀ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ପୋଲିସ ଡିଜିପିଙ୍କ ଏହି ଦିନିକିଆ ଗସ୍ତରେ ସୁନୀଲ ବଂଶଲଙ୍କ ସହ ଡ଼ାଇରେକ୍ଟର ଅଫ ଇଣ୍ଟିଲିଜେନ୍ସି ସଂଜୀବ ପଣ୍ଡା, ଏଡିଜି ଆରକେ ଶର୍ମା, ଆଇଜି ଅଫ ପୋଲିସ ଅପରେସନ ଅମିତାଭ ଠାକୁର ଓ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ନୂଆପଡା ଗସ୍ତରେ ଆସିଥିଲେ । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ନବ ନିର୍ମିତ ପୋଲିସ ଇଣ୍ଟିଲିଜେନ୍ସି ଅଫ ଅପରେସନ ବିଲଡିଂ ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ଏନେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ କହିଛନ୍ତି, ଏହି ଜିଲ୍ଲାରେ ଜଏଣ୍ଟ ଟାକ୍ସଫୋର୍ସ କରାଯିବ । ଏଥିରେ ଓଡିଶା ପୋଲିସ କର୍ମଚାରୀ ଏବଂ ସିଆରପିଏଫର ଯବାନ ରହିବେ । ମୁଁ ନକ୍ସଲମାନଙ୍କୁ ଅନୁରୋଧ କରୁଛି, ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ, ଯାହା ସମସ୍ତଙ୍କ ପାଇଁ ଭଲ ହେବ ।

Leave A Reply

Your email address will not be published.

eleven + 20 =