ଭାରତ ଆସିବେ ଆମେରିକା ଟ୍ରେଜେରି ସଚିବ ଜନେତ ୟେଲେନ

ନୂଆଦିଲ୍ଲୀ : ଆମେରିକାର ଟ୍ରେଜେରି ସଚିବ ଜନେତ ୟେଲେନ ଭାରତ ଗସ୍ତରେ ଆସୁଛନ୍ତି । ନଭେମ୍ବର ୧୧ରେ ହେବାକୁ ଥିବା ଆମେରିକା-ଭାରତ ଅର୍ଥନୈତିକ ଏବଂ ବିତ୍ତୀୟ ସହଯୋଗିତାରେ ସେ ଅଂଶଗ୍ରହଣ କରିବେ । ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦେଶ କିଭଳି ଏକତ୍ର କାର୍ଯ୍ୟ କରିବେ ସେ ନେଇ ଏଥିରେ ଆଲୋଚନା ହେବ । ନୂଆଦିଲ୍ଲୀରେ ହେବାକୁ ଥିବା ଏ କାର୍ଯ୍ୟକ୍ରମରେ ୟେଲେନ ଭାରତ- ଆମେରିକା ସହଯୋଗିତାର ସାମର୍ଥ୍ୟ ଉପରେ ଆଲୋକପାତ କରିବେ । ଏହା ସହ ଆମେରିକାର ଟ୍ରେଜେରି ସଚିବ ଭାରତୀୟ ଟେକ୍ନୋଲୋଜି କ୍ଷେତ୍ର ଲିଡରଙ୍କୁ ଭେଟିବେ ଏବଂ ମାଇକ୍ରୋସଫ୍ଟ ଇଣ୍ଡିଆର ଡେଭେଲପ୍‌ମେଣ୍ଟ ସେଣ୍ଟର ଗସ୍ତ କରିବେ । ସେଠାରେ ସେ ଭାରତ ସହ ଆମେରିକାର ସହଯୋଗିତା ଉପରେ ନିଜର ବିବୃତି ରଖିବେ । ଗସ୍ତ ବେଳେ ୟେଲେନ୍‌ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.

one − one =