ସହର ଭିତରେ ବୁଲୁଛି ଝିଙ୍କ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହର ଭିତରେ ବୁଲୁଛି ଝିଙ୍କ । ରାତି ହେଲେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଝିଙ୍କ ବୁଲୁଥିବା ନଜର ଆସୁଛନ୍ତି । ଯାହାକୁ ନେଇ ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଝିଙ୍କ ଯୋଗୁଁ ଏଯାବତ୍ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ବ୍ରହ୍ମପୁର ସହର ଭିତରେ ଝିଙ୍କ ବୁଲୁଥିବା ସିସିଟିଭି ଭିଡିଓରେ ରେକର୍ଡ ହୋଇଛି । ବନ ବିଭାଗ ଝିଙ୍କଟିକୁ ଧରିବାକୁ ଚେଷ୍ଟା କରୁଥିଲେ ମଧ୍ୟ କାବୁ କରିବାରେ ବିଫଳ ହୋଇଛି । ଝିଙ୍କ ଯୋଗୁଁ କୌଣସି ଅସୁବିଧା ନହେଉ ସେଥିପାଇଁ ସହରବାସୀ ଆତଙ୍କିତ ହୋଇ ରହିଛନ୍ତି ।

Leave A Reply

Your email address will not be published.

20 − six =