ବାର୍‌ହା ଆକ୍ରମଣରେ ୧ ମୃତ, ୭ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜେ. ରାମପୋଲି ଗ୍ରାମରେ ବାରହା ଆକ୍ରାମଣରେ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ବିଲକୁ ଫସଲ ଜଗିବାକୁ ଯାଇଥିବା ବେଳେ ବାରହା ଆକ୍ରାମଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ତେବେ ମୃତକ ଜଣକ କୋଦଳା ଥାନା ଜେ. ରାମପୋଲି ଗ୍ରାମର ଭାସି ସ୍ୱାଇଁ ବୋଲି ଜଣାପଡିଛି ।

Leave A Reply

Your email address will not be published.

15 − 14 =