pakka

ଗଞ୍ଜେଇ ଭର୍ତ୍ତି କାର ଜବତ

bbehera

କୋରାପୁଟ : କାରରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣବେଳେ ଆଜି ପୁଲିସ ଜବତ କରିଛି । କୋରାପୁଟ ଜିଲ୍ଲାର ଲମତାପୁଟ କଡ୍ରି ଗାଁ ନିକଟରେ କାରରୁ ଆଜି ମାଛକୁଣ୍ଡ ପୁଲିସ ୯୦ କେଜି ଗଞ୍ଜେଇ ଜବତ କରିଛି । ଚଢ଼ାଉ ବେଳେ କାର୍‌ ଛାଡ଼ି ଗଞ୍ଜେଇ ମାଫିଆ ଖସି ପଳେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆନ୍ଧ୍ରରୁ ଜୟପୁରକୁ ଏକ କାର ଓଆର ୧୫ କ୍ୟୁ ୫୮୮୧ରେ ଗଞ୍ଜେଇ ଚାଲାଣ ନେଇ ସୂଚନା ମିଳିବା ପରେ ପୁଲିସ ଯାଞ୍ଚ କରୁଥିଲା । ଏହି ସମୟରେ କଡ୍ରି ଗାଁ ନିକଟରେ ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଭର୍ତ୍ତି କାର ଛାଡି ଫେରାର ହୋଇଯାଇଥିଲେ । ପୁଲିସ କାର ଯାଞ୍ଚ କରିଥିବାବେଳେ କାର ଭିତରୁ ପାଞ୍ଚ ବସ୍ତା ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ପାଖାପାଖି ୯୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି ।

jay balangir
Leave A Reply

Your email address will not be published.

eighteen − 10 =