ଉଦ୍‌ଘାଟିତ ହେଲା ମିଶନ ଶକ୍ତି ମହିଳାଙ୍କ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସାନ ବଜାର ରିଷ୍ଟ କମ୍ପ୍ୟୁଟର ସେଣ୍ଟରରେ ମିଶନ ଶକ୍ତି ମହିଳାଙ୍କ ନିମନ୍ତେ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଗଞ୍ଜାମ ବ୍ଲକସ୍ତରୀୟ ୨୦ ଦିନିଆ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ମିଶନ ଶକ୍ତି ଏମ୍‌ବିକେ ଜ୍ଞାନ ବୃଦ୍ଧି ପାଇଁ ଡିଜିଟାଲ ମାଧ୍ୟମରେ କମ୍ପ୍ୟୁଟର ଆକାଉଣ୍ଟଟିଙ୍ଗ, ଇ ଗଭର୍ଣ୍ଣାନ୍ସ, ଆଣ୍ଟି ଡଜିଟାଲ ସ୍ୱକ୍ଷରତା ଏବଂ ଓଏସ୍‌ସିଆଇଟି ସମ୍ଭନ୍ଧୀୟ ଜ୍ଞାନ ପ୍ରଦାନ କରାଯିବ । ପ୍ରତ୍ୟେହ ପୂର୍ବାହ୍ନ ୯.୩୦ଠାରୁ ମଧ୍ୟାହ୍ନ ୨.୦୦ ପର୍ଯ୍ୟନ୍ତ ୧୫ ପଞ୍ଚାୟତର ୧୫ ଜଣ ମିଶନ ଶକ୍ତି ମହିଳାମାନେ ପ୍ରଶିକ୍ଷଣ ନେଉଥିବା ଜଣାପଡିଛି । ରିଷ୍ଟ ଅନୁଷ୍ଠାନ ସଂଯୋଜକ କେ. ପ୍ରଭାତ ରେଡ୍ଡି, ନାଗାଲ ଶେଖର, ସନ୍ତୋଷ ରେଡ୍ଡି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 4 =