pakka

ଲୋଇସିଂହା ଷ୍ଟାଡିୟମରେ ଏପିଜେ ଅବଦୁଲ କଲାମ ଫୁଟବଲ କ୍ଲବର ଖେଳ ଅଭ୍ୟାସ ଆରମ୍ଭ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ଏପିଜେ ଅବଦୁଲ କଲାମ ଫୁଟବଲ କ୍ଲବର ଆଜି ଖେଳ ଅଭ୍ୟାସ ସ୍ଥାନୀୟ ଷ୍ଟାଡିୟମରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ମଧ୍ୟାହ୍ନରେ ପଡିଆ ପରିସରରେ ପୂଜାର୍ଚ୍ଚନା ସହ ନଡ଼ିଆ ଭାଙ୍ଗି ଚଳିତ କ୍ରୀଡ଼ବର୍ଷର ଅଭ୍ୟାସ ଆରମ୍ଭ ହୋଇଛି । ଏହି କ୍ଲବ ଗତ ୨୦୧୯ ମସିହାରେ ବଲାଙ୍ଗିର ଜିଲ୍ଲା ସିନିୟର ଲିଗ ଫୁଟବଲ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ବେଳେ ସାରା ରାଜ୍ୟରେ ଏକ ପ୍ରମୁଖ ଫୁଟବଲ ଦଳ ଭାବରେ ସୁନାମ ଅର୍ଜନ କରିଛି । ତେଣୁ ପୂର୍ବ ସୁନାମକୁ ବଜାୟ ରଖିବା ପାଇଁ ଆଜି ଉଭୟ ଖେଳାଳୀ ଓ ନେତୃତ୍ୱକାରୀ କର୍ମକର୍ତ୍ତା ସଂକଳ୍ପ ନେଇଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କ୍ଲବର ଅଶୋକ କୁମାର ବରିହା, ମୋହିତ ମିଶ୍ର, ନଜୁ ଖାଁ, ପ୍ରକାଶ କୁମାର ମାହାଣା, ରଞ୍ଜନ ବେହେରା, ବିଜୟ କୁମାର ରଣା, ଟିକୁ ପାଣ୍ଡିଆ ସମେତ କ୍ଲବର ଅନ୍ୟାନ୍ୟ କର୍ମକର୍ତ୍ତା ଓ ଖେଳାଳୀ ସାମିଲ ଥିଲେ ।

Leave A Reply

Your email address will not be published.

eleven − two =