pakka

ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

bbehera

କାଲିମେଳା : କାଲିମେଳା ଏମ୍‌ଭି-୯୬ ପୋଲ ନିକଟରେ ଗୋଟିଏ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ୨ଜଣ ବ୍ୟକ୍ତି ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ପିଣ୍ଡିକୋଣ୍ଡା ଗାଁର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କାଲିମେଳା ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ସେହି ସ୍ଥାନରେ କୁହୁଡ଼ି ଯୋଗୁଁ ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଥିଲା । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

jay balangir
Leave A Reply

Your email address will not be published.

5 × 1 =