କୁହୁଡ଼ି ଲାଗି ଦୁର୍ଘଟଣା : ୧ ମୃତ

ଝାରସୁଗୁଡା : ଝାରସୁଗୁଡ଼ା ଜାତୀୟ ରାଜପଥ ୪୯ ବେଲପାହାଡ-ଗାନ୍ଧୀ ଛକ ରାସ୍ତା ଆମ୍ବଦରହ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜାତୀୟ ରାଜପଥ ବେଲପାହାଡ଼-ଗାନ୍ଧୀ ଛକ ରାସ୍ତା ଆମ୍ବଦରହ ନିକଟରେ ବାଇକ୍‌କୁ ଏକ ଭାରିଯାନ ଧକ୍କା ଦେଇଥିଲା । ଯାହାଫଳରେ ଗାଡିଟି ରାସ୍ତାକଡ଼କୁ ଓଲଟି ପଡିଥିଲା । ଆଉ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ଯାଏଁ ମୃତକଙ୍କର କୌଣସି ପରିଚୟ ମିଳିନାହିଁ ।

Leave A Reply

Your email address will not be published.

4 × five =