ବଡ଼ଡ଼କଲା ଗାଁର ୧୬ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ତୁରେକେଲା ଥାନା ବଡ଼ଡ଼କଲା ଗାଁର ଜଣେ ଯୁବକ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ ତୁରେକେଲା ପୁଲିସ ଗାଁକୁ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବଡଡ଼କଲା ଗାଁର ଅରୁଣ ମାଝୀଙ୍କ ପୁଅ ଦିନେଶ ମାଝୀ(୧୬) ବେକରେ ରାଶି ଲଗାଇ ଗୁରୁବାର ରାତିରେ ନିଜ ରୋଷେଇ ଘରେ ଆତ୍ମହତ୍ୟା କରିଥିଲେ । ତେବେ ପରିବାର ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ମୃତ ଯୁବକ ଜଣକ ମାନସିକ ସ୍ଥିତି ଠିକ ନ ଥିବାରୁ ଏଭଳି ଆତ୍ମହତ୍ୟା କରିଥିବା ପରିବାର ବର୍ଗ ଥାନାରେ ଲିଖିତ ଭାବରେ ଜଣାଇଛନ୍ତି । କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ଥାନା ଅଧିକାରୀ ଭାନୁ ଯାଦବ ।

Leave A Reply

Your email address will not be published.

eighteen + 18 =