pakka

ସଡକ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ଯମୁନାକୋଟ ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା କୋଇଲା ବୋଝେଇ ଦଶ ଚକିଆ ଟ୍ରକକୁ ପଛରୁ ପିଟିଲା ମାର୍ବଲ ଓ ଟାଇଲ ବୋଝେଇ ଟ୍ରେଲର । ଏଥିରେ ଟ୍ରେଲର ଡ୍ରାଇଭର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଟ୍ରେଲର ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଗୁରୁତର ଟ୍ରେଲର ଡ୍ରାଇଭର ଜଣକ ରାଜସ୍ଥାନ ବାରମର ଗ୍ରାମର ଗଣପତ ସିଂ ବୋଲି ଜଣାପଡିଛି । ସୂଚନା ଅନୁସାରେ ଜୟପୁରରୁ ଯାଜପୁରକୁ ମାର୍ବଲ ଟାଇଲ ବୋଝେଇ ଟ୍ରେଲର ଆସୁଥିଲା । ତେବେ ଯମୁନାକୋଟ ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରେଲରଟି ରାସ୍ତା କଡରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ଧକା ଦେଇଥିଲା । ତେବେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଟ୍ରେଲର ଡ୍ରାଇଭର ଗଣପତ ସିଂଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଡାକ୍ତରଖାନାକୁ ପଠାଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଘଟଣାର କରୁଛି ।

Leave A Reply

Your email address will not be published.

two + 6 =