pakka

ନଦୀରେ ବୁଡ଼ି ୧ ମୃତ

କୁଚିଣ୍ଡା : ଗୋବିନ୍ଦପୁର ଥାନା ପଣ୍ଡିରୀପଥର ଗାଁରେ ନଦୀରେ ବୁଡ଼ି ଜଣକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅଦୁସାରେ ଗୋବିନ୍ଦପୁର ଥାନା ପଣ୍ଡିରୀପଥର ଗାଁରେ ଶ୍ଳୋକଙ୍କ ଆଈର ଦଶାହ କାର୍ଯ୍ୟ ଶନିବାର ରହିଥିଲା । ଆଈର ଦଶାହ କାମ ପାଇଁ ନଦୀ ଘାଟକୁ ଅନ୍ୟମାନଙ୍କ ସହ ଶ୍ଳୋକ ଯାଇଥିଲେ । ନଦୀରେ ଗାଧୋଉଥିବା ବେଳେ ପାଣିରେ ଶ୍ଳୋକ ବୁଡିଯାଇଥିଲେ । ପରିବାର ଲୋକେ ଜାଣିଲା ପରେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ଳୋକ ଖଣ୍ଡେଲୱାଲ ବାମରା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀରେ ପଢନ୍ତି । ସେ ବାପା ମା’ଙ୍କ ଏକମାତ୍ର ପୁଅ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏନେଇ ଆଜି ବାମରା ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଗୋବିନ୍ଦପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave A Reply

Your email address will not be published.

15 − 14 =