pakka

ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ କଲେ ବାପଘର ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅନ୍ତର୍ଗତ ପିପଲପଦର ଗାଁରୁ ଜୁବିରାଣୀ ସାହୁ ନାମ୍ନୀ ଜଣେ ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଏହି ଗାଁର ପ୍ରକାଶ ସାହୁଙ୍କ ସ୍ତ୍ରୀ ଜୁବିରାଣୀ ଘରେ ଆତ୍ମହତ୍ୟା କରିଥିବା ଖବର ପ୍ରଚାରିତ ହୋଇଥିଲା । ଖବର ପାଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଜବତ କରିଥିଲା । ଅନ୍ୟପକ୍ଷରେ ପ୍ରାଣ ହରାଇଥିବା ମହିଳାଙ୍କ ବାପଘର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

twelve − 11 =