pakka

ଜିଲ୍ଲାସ୍ତରୀୟ ଗଉଡ ବାଡି ଖେଳ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନରେ ପ୍ରଥମ ଥର କରି ଆୟୋଜିତ ହେବ ଜିଲ୍ଲାସ୍ତରୀୟ ଗଉଡ ବାଡି ଖେଳ ମହୋତ୍ସବ । କିଶୋର ଜାଲଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା । ଜାତିର ପରମ୍ପରା ବାଡି ଖେଳ ଲୋପ ପାଇ ଯାଇଥିବାରୁ ଏ ବର୍ଷ ପ୍ରଥମ କରି ଜିଲ୍ଲା ସ୍ତରୀୟ ବାଡି ଖେଳ ଆରମ୍ଭ ହେବ । ବାଡି ଖେଳକୁ ନେଇ ରାଜ୍ୟ ବାହାରୁ କେମିତି ପ୍ରଚାର ହେବ ସେ ବିଷୟକୁ ନେଇ ଆଲୋଚନା ହୋଇଥିଲା । ବାଡି ଖେଳକୁ ନେଇ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଥିବା ବେଳେ ଆଗାମୀ ଦିନରେ ବଲାଙ୍ଗିର ଯାଦବ ଭବନରେ ଏ ବିଷୟକୁ ନେଇ ଆସନ୍ତା ମାସରେ ପ୍ରଥମ ସପ୍ତାହ ମଧ୍ୟରେ ଏକ ଆଲୋଚନା ଚକ୍ର ଓ ବାଡିଖେଳ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସଭାରେ ପ୍ରସ୍ତାବ ଆଗତ ହୋଇଥିଲା । ସାଂସ୍କୃତିକ କମିଟିର ସଭାପତି ବରୁଣ କୁମାର ହେର୍ଣ୍ଣା, ପୌରାଞ୍ଚଳ ସହ-ସଂପାଦକ ଅଷ୍ଟମୀ ବଗର୍ତ୍ତି, ହରିଶଙ୍କର ଛତ୍ରିଆ, ଦିବାକର ପୋଡ, ବିନୋଦ କାଲସାଏ, ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତି, ଘାସିରାମ ଦିପ, ସଂଜିବ ବାଗ, ଦୁତିବାହନ ଚନ୍ଦନ ଉପସ୍ଥିତ ଥିବା ବେଳେ ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × three =