pakka

ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି

bbehera

କାଲିମେଳା : ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡ଼ି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ଥିବା ସୂଚନା ମିଳିଛି । ମାଲକାନଗିରି ଏମଭି ୧୨୬ ଘାଟିରେ ରବିବାର ଦିନ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିମାନେ ‌ହେଲେ ସୁଜିତ ମାଢ଼ି ଓ ସିଙ୍ଗା ମାଢ଼ି । ସୂଚନା ଅନୁଯାୟୀ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୧୨୬ ଘାଟିରେ ଥିବା ବୁଲାଣିରେ ଆଜି ଅପରାହ୍ନ ସାଢେ ୪ଟା ସମୟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏକ କୁକୁଡ଼ା ଗାଡ଼ି ସହିତ ବାଇକରେ ଯାଉଥିବା କାଲିମେଳା ଥାନା ଅଧୀନ କୁତୁବାନପଲ୍ଲୀ ଗାଁର ସୁଜିତ ମାଢ଼ି ଓ ସିଙ୍ଗା ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ଅନ୍ୟଜଣେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ଜଣେ ଗୁରୁତର ଥିବା ସମୀର ବେଟିକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ପଠାଇ ଦିଆଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା କୁକୁଡ଼ା ଗାଡ଼ିର ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

twenty + eight =