ଚିଲ୍‌ଡ୍ରେନ୍‌ ପାର୍କ ମର୍ଣ୍ଣିଂୱାକ୍‌ ଟିମ୍‌ର ନୂତନ ବର୍ଷର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ପ୍ରତ୍ୟହ ଶତାଧିକ ଲୋକ ବଲାଙ୍ଗିର ସହରର ବିଭିନ୍ନ ପାର୍କରେ ପ୍ରାତଃ ଭ୍ରମଣ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ(ଚିଲ୍‌ଡ୍ରେନ୍‌ ପାର୍କ)ରେ ପ୍ରାତଃ ଭ୍ରମଣ କରୁଥିବା ପ୍ରାୟ ୫୦ଜଣ ଆଜି ସ୍ଥାନୀୟ କଦଳିମୁଣ୍ଡା ନର୍ସରୀରେ ବନ୍ଧୁ ମିଳନ କରିଛନ୍ତି । ଏହି ବନ୍ଧୁ ମିଳନରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ନାଚ ଗୀତ ଓ ଭୋଜିଭାତରେ ମସଗୁଲ ହୋଇଥିଲେ । ତେବେ ନୂଆବର୍ଷ ବନ୍ଧୁମିଳନ ଟିକିଏ ନିଆରା କରାଯାଇଥିଲା । ଶିଶୁ ଉଦ୍ୟାନକୁ ସଫେଇ ତଥା ବୃକ୍ଷଲତାରେ ପ୍ରତ୍ୟହ ପାଣିଦେଇ ଉଦ୍ୟାନଟିକୁ ସରସ ସୁନ୍ଦର କରୁଥିବା ପୌରାପାଳିକାର ୩ଜଣ କର୍ମଚାରୀ ଗରୀବ ନନ୍ଦ, ସାଧୁ ମହାନନ୍ଦ, ସତ୍ୟବାନ ନନ୍ଦଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିର୍ତ କରାଯାଇଥିଲା । ବନ୍ଧୁମିଳନ ଆୟୋଜନ କମିଟିର ଅସୀମ ପଟ୍ଟନାୟକ(ମଣ୍ଟୁ), ହିମାଂଶୁ ନାୟକ, ଆଶୁତୋଷ ବାଗ, ବିଜୟକୁମାର ବରାଳ, ପ୍ରଫୁଲ୍ଲ ବଗର୍ତ୍ତି, ଅଭିମନ୍ୟୁ ପଟେଲ, ଅମିତ ମହାନ୍ତି, ପ୍ରବୀଣ ନାୟକ, ସୌଭାଗ୍ୟ ନାୟକ, ଶିବୁ ମାଝୀ, ବିଷ୍ଣୁପ୍ରସାଦ ଜେନା, ଏମ୍‌କେଜି ପ୍ରଧାନୀ, ରାଜେନ୍ଦ୍ର ଖଣ୍ଡୁଆଳ, ସାଧୁରାମ ପୃଷ୍ଟି, ସରୋଜ ଭୋଇ, ସୁମନ ସାହୁ, ଟିମନ ଜାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୌରକର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆନନ୍ଦ ବଡପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁନା,ପବିତ୍ର ଦାସ, ଶଙ୍କର ନାଏକ, ଅଜିତ କର, ଅଜିତ ପଧାନ, ଅଜିତ ତ୍ରିପାଠୀ, ଅମିତାଭ, ଅନିଳ, ଭୋଜରାଜ, ଗୋପାଳ ଦାସ ପ୍ରମୁଖଙ୍କ ସହିତ ପ୍ରାୟ ୫୦ଜଣ ସଭ୍ୟ ଏହି ବନ୍ଧୁମିଳନରେ ସାମିଲ ହୋଇଥିଲେ । ଆଗକୁ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ ପ୍ରାତଃ ଭ୍ରମଣରେ ସାମିଲ ହେବାକୁ ଲୋକଙ୍କୁ ସଚେତନ କରାଯିବ ବୋଲି ଆଲୋଚନା ହୋଇଥିଲା ।

1 Comment
  1. Bijay Kumar Baral says

    Really very impressive

Leave A Reply

Your email address will not be published.

four × one =