କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା : ୩ ମୃତ

ନୂଆଦିଲ୍ଲୀ : ବିହାରରେ କୁହୁଡ଼ି ପାଇଁ ଲୋକେ ଯାତାୟାତରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏହି କୁହୁଡ଼ି ପାଇଁ ସଡ଼କ ଦୁର୍ଘଟଣା ବି ଘଟୁଛି । ନିକଟରେ ଭାଗଲପୁର ନବଗଛିଆରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଏହି ମୃତକ ତିନିଜଣ ସାଙ୍ଗ ଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ତିନିଜଣ ସାଙ୍ଗ ନବଗଛିଆର ମକନପୁରକୁ ଜଣେ ସାଙ୍ଗଙ୍କ ଜନ୍ମଦିନ ଭୋଜିରେ ସାମିଲ ହେବାକୁ ଯାଇଥିଲେ । ଭୋଜି ସାରି ହସଖୁସିରେ ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ସହିତ ସେମାନଙ୍କର ଧକ୍କା ହୋଇଥିଲ । ଫଳ‌ରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି । ମୃତକମାନେ ହେଲେ ପ୍ରିନ୍ସ କୁମାର (୨୩), ସୁକେଶ କୁମାର(୨୦) ଓ ସୁରଜ କୁମାର ଓରଫ ରାହୁଲ (୨୨) । ପ୍ରିନ୍ସଙ୍କ ବିବାହ ୬ବର୍ଷ ପୂର୍ବେ ହୋଇଥିବା ବେଳେ ତାଙ୍କର ଏକ ତିନି ବର୍ଷର ପୁଅ ଅଛି ।

Leave A Reply

Your email address will not be published.

eighteen + 4 =