pakka

ନୂତନ ବସଷ୍ଟାଣ୍ଡ ପୁନଃ କାର୍ଯ୍ୟକ୍ଷମ କରାଯିବାକୁ ଦାବୀ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲକ୍ଷାଧିକ ଟଙ୍କା ବ୍ୟୟରେ ପୌର ପରିଷଦ ଦ୍ୱାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ବହୁ ପ୍ରତୀକ୍ଷା ପରେ ଗତ ବର୍ଷ ଅଗଷ୍ଟ ୨୦ ତାରିଖ ଦିନ ତତ୍କାଳୀନ ପୌର ପ୍ରଶାସିକା ତଥା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଉଦ୍‌ଘାଟନ ପରେ ଘରୋଇ ବସ୍‌ ଗୁଡିକ ଉକ୍ତ ଷ୍ଟାଣ୍ଡରୁ ଚଳପ୍ରଚଳ ହୋଇଥିଲା । ସେଠାରେ ଥିବା ଦୋକାନ ବଜାର ମଧ୍ୟ ଚଳଚଞ୍ଚଳ ହୋଇଥିଲା । କିନ୍ତୁ କିଛି ମାସ ପରେ ନୂତନ ବସଷ୍ଟାଣ୍ଡରେ ପାନୀୟଜଳ ଓ ଶୌଚାଳୟ ନଥିବାରୁ ଯାତ୍ରୀମାନେ ହଇରାଣ ହେଉଥିବା ଦର୍ଶାଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଜଣାଇବା ସହ ବସ୍ ଗୁଡ଼ିକ ପୁରୁଣା ବସଷ୍ଟାଣ୍ଡରୁ ଚଳାଇଥିଲେ । ଏଇ ସାମାନ୍ୟ କାର୍ଯ୍ୟ ପାଇଁ ପୌର ପରିଷଦ ଦୃଷ୍ଟି ଦେଇ ନ ଥିବାରୁ ନୂତନ ବସଷ୍ଟାଣ୍ଡ ଏବେ ସେମିତି ପଡ଼ିରହିଛି । ଫଳରେ ସେଠାରେ ନିଜ ପେଟପାଟଣା ପାଇଁ ଦୋକାନ ବଜାର କରିଥିବା ବ୍ୟକ୍ତିଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ସେଠାରେ ପାନୀୟ ଜଳ ଓ ଶୌଚାଳୟ ଶୀଘ୍ର ନିର୍ମାଣ କରି ନୂତନ ବସଷ୍ଟାଣ୍ଡକୁ ପୁନଃ କାର୍ଯକ୍ଷମ କରିବାକୁ ସେଠାକାର ଦୋକାନ ବଜାର ସଂଘ ପକ୍ଷରୁ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ନବୀନ ପଟେଲ ଏବଂ ପୌର ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନାଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

1 × 1 =