pakka

ମାନବିକତାର ପରିଚୟ ଦେଖାଇଲେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର-ଟିଟିଲାଗଡ ରାସ୍ତା ପେଲେସ୍‌ଲାଇନ୍‌ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୨ଟି ବାଇକ ଯୋଗେ ଚାରି ଜଣ ବ୍ୟକ୍ତି ନିଜ ନିଜ ମଧ୍ୟରେ କଥା ହୋଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ପରସ୍ପରଙ୍କ ବାଇକ ମଧ୍ୟରେ ଧକ୍କା ହୋଇଥିଲେ । ଫଳରେ ଜଣେ ବ୍ୟକ୍ତିଙ୍କ ମୁଣ୍ଢରେ ଗଭୀର ଆହତ ଲାଗିଥିବା ବେଳେ ଅନ୍ୟ ୩ ଜଣଙ୍କ ସମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ମୁଣ୍ଡରେ ଗଭୀର ଆହତ ଲାଗିଥିବା ବ୍ୟକ୍ତି ଜଣଙ୍କ ଘଟଣାସ୍ଥଳରେ ଛଟପଟ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ନିଜର ମାନବିକତା ଦେଖାଇ ସଙ୍ଗେ ସଙ୍ଗେ ତାଙ୍କୁ ନିଜ ଗାଡିରେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରି ଚିକିତ୍ସିତ କରାଇଥିବା ଜଣାପଡିଛି । ଏଥିପାଇଁ ବଲାଙ୍ଗିର ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

5 × two =