pakka

ନବରଙ୍ଗପୁରରେ ହେଲି ପୋର୍ଟ ଓ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏସ୍‌ଡିସି ଉପଦେଷ୍ଟା

bbehera

ନବରଙ୍ଗପୁର : ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ୫୫୦ କିଲୋମିଟର ଦୂରରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଓ ଆକାଂକ୍ଷା ନବରଙ୍ଗପୁର ଜିଲ୍ଲାରେ ପରିବହନର ସୁଗମ ଓ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ବିକାଶ ପରିଷଦର ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଭୁବନେଶ୍ୱର ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟାଳୟରେ ଭିଜନ, ନବରଙ୍ଗପୁର ଆବାହକ ବିରେନ୍ଦ୍ର ମୋହନ ନାୟକ, ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ଓ ସମାଜସେବୀ ଭବାନୀ ଶଙ୍କର ବିଷୋୟୀ ପ୍ରମୁଖ ଉପଦେଷ୍ଟା ଶ୍ରୀ ମାଝୀଙ୍କୁ ଭେଟି ଜଣାଇବା ପରେ ସେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଯାତାୟାତର ସୁଗମ ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ହେଲିପୋର୍ଟ ନିର୍ମାଣ ସହ ହେଲିକେପ୍ଟରରେ ଚଳାଚଳ ଓ ଫ୍ଲାଇଙ୍ଗ ତାଲିମ ଶିକ୍ଷା କେନ୍ଦ୍ର ଏବଂ ପର୍ଯ୍ୟଟନର ବିକାଶ ପାଇଁ ଏୟାର କଳିଙ୍ଗ ଓ ଇଣ୍ଡିଆନ ଟ୍ରାଇବଲ ହେରିଟେଜ ରିସୋର୍ଟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହା ଜିଲ୍ଲା ପ୍ରଶାସନ ଦ୍ୱାରା ସିଙ୍ଗଲ ଉଇଣ୍ଡୋ ଦ୍ୱାରା ଅନୁମୋଦନ, ଜିଲ୍ଲା ପରିଷଦ ଦ୍ୱାରା ପ୍ରସ୍ତାବ ପାରିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ମଧ୍ୟ ସଂପୃକ୍ତ ବିଭାଗକୁ ଚିଠି ଲେଖିଛନ୍ତି । ତେବେ ଏହି ପ୍ରସ୍ତାବକୁ ସକାରାତ୍ମକ ଭାବେ ଗ୍ରହଣ କରି ପଦକ୍ଷେପ ନେବାକୁ ସେ ଉଲ୍ଲେଖ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟକ୍ଷରେ ଓ ପରୋକ୍ଷରେ ପ୍ରାୟ ୨୫୦୦ ପିଲା ନିୟୋଜିତ ହେବା ସହିତ ବେକାରୀ ସମସ୍ୟା ଦୂର ହେବା ସହିତ ଏହା ନବରଙ୍ଗପୁର ଜିଲ୍ଲାର ଆର୍ଥିକ ବିକାଶରେ ସହାୟକ ହୋଇପାରିବ ।

jay balangir
Leave A Reply

Your email address will not be published.

7 + eight =

error: Content is protected !!