pakka

ସିନ୍ଧେକେଲାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ପଲ୍ଲୀଶ୍ରୀ ମିନି ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅନ୍ତର୍ଗତ ୧୪ଟି ସ୍କୁଲର ୨୫୦ ଜଣ ଛାତ୍ର ଭାଗ ନେଇଥିଲେ । ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା ମୁଖ୍ୟ ଅତିଥି, ବିଡିଓ ରିପୁନାଥ ସୁନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ପିଇଓ ପୀତବାସ ଜାନୀଙ୍କ ସହ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ଇଓମାନେ ମଞ୍ଚାସୀନ ଥିଲେ । ଗୁରୁବାର ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

15 + one =