pakka

ମାଟିଆଳି ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ଉଦ୍‌ଘାଟିତ

bbehera

ନୀଳଗିରି : ନୀଳଗିରି ବ୍ଲକ ଅଧିନ ମାଟିଆଳି ସରକାରୀ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହର ଉଦଘାଟନ ମହାସମାରୋହରେ ପାଳନ ହୋଇଯାଇଛି । ଦେବର୍ଚ୍ଚନ, ପତାକା ଉତ୍ତଳନ ଓ କଳସ ଯାତ୍ରା ସହ ମଶାଲ ଶୋଭାଯାତ୍ରା କରାଯାଇଥିଲା । ଉଦ୍‌ଘାଟନ ଉତ୍ସବକୁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କୁମରବର ଦାସ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ସମ୍ମାନ୍ନିତ ବକ୍ତାଭାବେ କବି କାଳିପଦ ପଣ୍ଡା, ସମ୍ମାନିତ ଅତିଥି ଭାବେ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ଶାନ୍ତିଲତା ବିଶ୍ୱାଳ, ସମିତିସଭ୍ୟ ଶଶଧର ମହାପାତ୍ର, ପୁରାତନ ଛାତ୍ର ସାଂସଦର ସଭାପତି ଶଶୀଭୂଷଣ ଗ୍ରହାଚାର୍ଯ୍ୟ ମଂଚାସୀନ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ତରଫରୁ ଶ୍ୟାମରାଇ ଜୀଉ ନାମକ ସ୍ମରଣୀକା ମଂଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଭାବେ ଭାସ୍କର ଚନ୍ଦ୍ର ପ୍ରଧାନ, କ୍ଷେତ୍ରମୋହନ ବେହେରା, ଜୟକୃଷ୍ଣ ପ୍ରଧାନ, ବାଇଧର ମହାପାତ୍ର, ଦିଗମ୍ବର ତ୍ରିପାଠୀ, ହାଡ଼ିବନ୍ଧୁ ମଢେଇ, ବୈଦ୍ୟନାଥ ଶତପଥି, ପରମାନନ୍ଦ ପଣ୍ଡା, ହରେକୃଷ୍ଣ ପାଣିଗ୍ରାହୀ, କୈଳାସ ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାରୋହରେ ପୂର୍ବତନ ଶିକ୍ଷକ, ବର୍ତ୍ତମାନର ଶିକ୍ଷକ, ପ୍ରାକ୍ତନ ଛାତ୍ର ସାଂସଦ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ସହଯୋଗ କରି ସଫଳ କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!