ଆଞ୍ଚଳିକ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ମହାମହିମ ରାଜ୍ୟପାଳ

ବୀରମହାରାଜପୁର : ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମଠାରେ ଚାଳିଥିବା ପ୍ରଥମ ଆଞ୍ଚଳିକ ଧନୁଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶାର ମହାମହିମ ରାଜ୍ୟପାଳ ଗଣେଷୀଲାଲ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଅତ୍ୟାଚାର ଓ ଅଧର୍ମ ଉପରେ ନ୍ୟାୟ ଓ ଧର୍ମର ବିଜୟ ଏହି ଧନୁଯାତ୍ରାର ଅନ୍ତନିର୍ହିତ ଇଙ୍ଗିତ ବୋଲି କହିବା ସହିତ ଅଖଣ୍ଡ ଭାରତ, ସମୃଦ୍ଧ ଭାରତ, ସଂଯୁକ୍ତ ଭାରତ, ଭ୍ରଷ୍ଟାଚାର ମୁକ୍ତ ଭାରତ, ସ୍ୱର୍ଣ୍ଣିମ ଭାରତର ସୂଚନା ବହନ କରେ ଏହି ଧନୁଯାତ୍ରା ମହୋତ୍ସବ ବୋଲି ତାଙ୍କ ବକ୍ତବ୍ୟରେ ସେ କହିଥିଲେ । ଶାନ୍ତି ଓ ମାନବିକତାର ପ୍ରତୀକ ବହନ କରୁଥିବା ଭାରତବର୍ଷ ଆତଙ୍ଗବାଦ ଓ ଦାଦାଗିରି ଉପରେ ବିଶ୍ୱାସ କରୁଥିବା ବାହ୍ୟ ଆସୁରିକ ଶକ୍ତିକୁ ପ୍ରତିହତ କରିବାର ଶକ୍ତି ରଖୁଥିବା ଅଜୟ ଭାରତର ବାର୍ତ୍ତା ଏହି ଧନୁଯାତ୍ରା ବୋଲି ସେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଛଳରେ କହିଥିଲେ । ଯାତ୍ରା କମିଟିର ସଭାପତି ସତ୍ୟଞ୍ଜିବ ମିଶ୍ରଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ବଳାଙ୍ଗିର ବିଧାୟକ ନରସଂହ ମିଶ୍ର, ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା, ବ୍ଲକ ଉପାଧକ୍ଷ ନାରାୟଣ ଲୁହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କମିଟି ସଦସ୍ୟ ଯୁଗଳ କିଶୋର ମିଶ୍ରଙ୍କ ଦ୍ୱାରା ସଭାପରିଚାଳନା ହୋଇଥିଲା । ଏହି ଅବସରରେ ପୁରାଣ ଗାୟକ ଅସିତ ଷଡଙ୍ଗି, ପରିବେଶବିତ ରୁଷିନାଥ ମହାକୁର, ବାନ୍ଧଶିଳ୍ପୀ ଦୈତାରି ମେହେର ଓ ସାହିତ୍ୟ ସାଧକ ଦ୍ୱିତିକୃଷ୍ଣ ପଣ୍ଡାଙ୍କୁ ରାଜ୍ୟପାଳଙ୍କ ଦ୍ୱାରା କମିଟି ତରଫରୁ ସମ୍ମାନିତ କରାଯାଇଥିଲା । ପରେ ବିଲମ୍ବିତ କଂସ ଦରବାର ଅନୁଷ୍ଠିତ ହୋଇଥିଲା । କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଲ ସାହୁ (ଏଲି)ଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖାଯାଉଛି ।

Leave A Reply

Your email address will not be published.

one × five =