pakka

ସମନ୍ଵିତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଚକରାମାଲ ଗ୍ରାମଠାରେ ଆଜି ଏକ ଅଣସଂକ୍ରମଣ ରୋଗ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଭୁକ୍ତା ଏବଂ ଜଙ୍ଗଲ ବିଭାଗ ଚକରାମାଲ ଦ୍ବାରା ଆୟୋଜିତ ଏହି ଶିବିରକୁ ଅମ୍ଭାଭୋନା ବ୍ଲକ ଅଧ୍ୟକ୍ଷ କିର୍ତ୍ତି ଚନ୍ଦ୍ର ଦୁଆନ ଉଦ୍‌ଘାଟନ କରିଥିଲେ । ଶିବିରରେ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବିସ୍ଥାପିତ ଗ୍ରାମ କୁରୁମ କେଲ, ଭୁତଲି, ବାଲଯୁରୀ ଗ୍ରାମର ଗ୍ରାମବାସୀମାନେ ଚିକିତ୍ସିତ ହୋଇଥିଲେ । ଏଥିରେ ଉଚ୍ଚ ରକ୍ତଚାପ, ଡାଇବେଟିସ ଓ ଅନ୍ୟାନ୍ୟ ରୋଗ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଶିବିରରେ ୧୨ରୁ ୨୪ ବର୍ଷ ଓ ୧୮ରୁ ଅଧିକ ବୟସ ବାଳକ ବାଳିକାଙ୍କୁ କୋଭିଡ ଟୀକା ଦିଆଯାଇଥିଲା । ଡାକ୍ତର ଦୁର୍ଗା ପ୍ରସାଦ ଦାସ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଲଖନପୁରର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

eighteen − fourteen =