ମା’ ଚାମୁଣ୍ଡା ହେଣ୍ଡବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ପୁରୁଷୋତ୍ତମପୁର ଚାମ୍ପିୟନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କୁଶପଲ୍ଲୀରେ ୧୦ ଦିନ ଧରି ଚାଲିଥିବା ମା’ ଚାମୁଣ୍ଡା ହେଣ୍ଡବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ତଥା ଫାଇନାଲ୍‌ ମ୍ୟାଚ୍‌ରେ ସାତୁଳୀ ଟିମ୍‌ ସହ ପୁରୁଷୋତ୍ତମପୁର ଟିମ୍‌ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ପୁରୁଷୋତ୍ତମପୁର ଟିମ୍‌ ତିନୋଟି ମ୍ୟାଚ୍‌ ଜିତି ଚାମ୍ପିୟନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଟିମ୍‌କୁ ଟ୍ରଫି ଓ ସାତୁଳୀ ଟିମ୍‌କୁ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଗ୍ରାମ ଗ୍ରାମ ମଧ୍ୟରେ ସୁସମ୍ପର୍କ ଏବଂ ଭାଇଚାରା ସୃଷ୍ଟି କରିବା ପାଇଁ କ୍ରୀଡା ଟୁର୍ଣ୍ଣାମେଣ୍ଟ ଏକ ମାଧ୍ୟମ ବୋଲି ବିଧାୟକ ବେହେରା ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଲାଡ଼ ସରପଞ୍ଚ ମମତା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହନ, ବିଜେଡି ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ସମିତିସଭ୍ୟ ପ୍ରତିନିଧି କୈଳାଶ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲ୍‌ ମ୍ୟାଚ୍‌ରେ ପୁରୁଷୋତ୍ତମପୁର ଟିମ୍‌ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିଲା । ଖେଳ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଉତ୍ସାହି ଯୁବକଙ୍କ ଭିଡ଼ ଜମିଥିଲା ।

Leave A Reply

Your email address will not be published.