csstore

କଟକରେ ବାଲିଯାତ୍ରା ଦିଲ୍ଲୀରେ ଓଡ଼ିଶା ଉତ୍ସବ କିନ୍ତୁ ବଲାଙ୍ଗିରରେ ଲୋକ ଉତ୍ସବ କେବେ ହେବ ?

  • ବଲାଙ୍ଗିର ଲୋକଉତ୍ସବ ଆୟୋଜନ ପାଇଁ ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା,ସଂସ୍କୃତିର କେନ୍ଦ୍ର ହୋଇଥିବା ବଲାଙ୍ଗିର ଲୋକଉତ୍ସବ ଦିଲ୍ଲିରୁ ପଲ୍ଲୀ ପର୍ଯ୍ୟନ୍ତ କଳାକାରମାନଙ୍କର ଏକ ମହାକୁମ୍ଭ ସଦୃଶ ଅଟେ । ଓଡିଶାରେ ପ୍ରଥମ ୧୯୯୯ ମସିହାରେ ବଲାଙ୍ଗିରରେ ପ୍ରଥମ କରି ଲୋକଉତ୍ସବ ଆରମ୍ଭ ହୋଇଥିଲା । କିନ୍ତୁ ୨ ବର୍ଷ ହେଲା କୋଣସି କାରଣରୁ ଲୋକ ଉତ୍ସବ ହେଉନାହିଁ । ୨୯ ଟି ଜିଲ୍ଲାରେ ପାଳନ ହେଉଥିବା ବେଳେ ମଣ୍ଡେଇ, ପରବ, ସୁବର୍ଣ୍ଣ ମହୋତ୍ସବ, ସମ୍ବଲପୁର ମହୋତ୍ସବ ସମେତ କଟକର ବାଲିଯାତ୍ରା ଓ ଓଡିଶା ଉତ୍ସବ ଦିଲ୍ଲୀରେ ହୋଇଥିବା ବେଳେ ଗତ ୨ ବର୍ଷ ହେଲା ବଲାଙ୍ଗିର ଲୋକ ଉତ୍ସବ କାହିଁକି ବନ୍ଦ ହୋଇଯାଇଛି ? କିଛି ଦିନ ତଳେ ସ୍ଥାନୀୟ ବିଧାୟକ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିବା ବେଳେ ଉଭୟ ପକ୍ଷରୁ ସଂସ୍କୃୃତି ବିଭାଗକୁ ଚିଠି ଲେଖା ଯାଇଥିଲା । ଚିଠିରେ ସୀମିତ ହୋଇଯାଇଥିବା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ସାର୍କିଟ ହାଉସରେ କଳାକାର ଏବଂ ବୁଦ୍ଧିଜୀବୀ ଆଲୋଚନା କରିଥିବା ସେ ମଧ୍ୟ ପ୍ରତିଶୃତି ଦେଇଥିଲେ ଏବଂ ପ୍ରଶାସନ ସହ ଆଲୋଚନା କରିବେ । ଲୋକ ଉତ୍ସବ ଗାନ୍ଧୀ ଭବନ ସମ୍ମୁଖରେ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ବଲାଙ୍ଗିରର କଳାକାର ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଆବାହକ ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା କଳାକାର ସମନ୍ୱୟ ସମିତି ସଂପାଦକ ସତ୍ୟ ବନଛୋର, ଦେବାଳୟ ସୁରକ୍ଷା କମିଟିର ସଂପାଦକ ନରେନ୍ଦ୍ର କବାଟ, ପ୍ରବକ୍ତା ମହାସଂଘ କୋଷାଧ୍ୟକ୍ଷ ଗଣେଶ୍ୱର ବେହେରା, ଆଇନଜୀବୀ ମାଧବ ପୁରୋହିତ, ସାମ୍ବାଦିକ ବିଶ୍ୱମୟ ପୁଜାରୀ, ସୁନିଲ ମହାନ୍ତି, ଯୁଧିଷ୍ଟି ମେହେର, ମହେନ୍ଦ୍ର ପଧାନ, ନିଳାଦ୍ରୀ ମହାପାତ୍ର ସମେତ ଶମ୍ଭୁ ପ୍ରସାଦ ଶତପଥି, ରାମ ପ୍ରସାଦ ମିଶ୍ର, ବିକାଶ ସା, ପ୍ରଶାନ୍ତ ମହାକୁର ପ୍ରତିବାଦ କରିଥିଲେ । ଆଗାମୀ ଦିନରେ କଳାକାର ସମନ୍ୱୟ ସମିତି ଜିଲ୍ଲାର କୋଣ ଅଣୁକୋଣରୁ କଳାକାରମାନେ ଆସି ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

jayashree
Leave A Reply

Your email address will not be published.