csstore

ବିଜେଡ଼ିର ଅଭିଯୋଗକୁ ଖଣ୍ଡନ କଲା ବିଜେପି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ଚାଲିଥିବା ବିତର୍କ ଆଜି ନୂଆ ମୋଡ଼ ନେଇଛି । ଆଜି ବରଗଡ଼ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ପ୍ରେସ ମିଟରେ ଗତକାଲି ମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ର ବିଜେପି ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଉପରେ କରିଥିବା ଅଭିଯୋଗକୁ ବରଗଡ଼ ସାପ୍ସସଦ ସୁରେଶ ପୂଜାରୀ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ, ଉଦେଶ୍ୟ ମୂଳକ ତଥା ଓଡ଼ିଶା ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଅପଚେଷ୍ଟା ବୋଲି ପ୍ରତି ଅଭିଯୋଗ କରିଥିଲେ । ନିଜେ ଓଡ଼ିଶା ସରକାର ଏହି ଯୋଜନାରେ ଅନିୟମିତତା ହୋଇଥିବା ସ୍ୱୀକାର କରିଥିବା ସମୟରେ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଭିଯୋଗ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସାଂସଦ ସୁରେଶ ପୂଜାରୀ କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ଅଶୋକ ପଣ୍ଡା, ରବିନାରାୟଣ ଦାଶ, ସୁରେଶ୍ଵର ଶତପଥୀ ପ୍ରମୁଖ ନେତୃବୃନ୍ଦ ମଞ୍ଚାସୀନ ଥିଲେ ।

jayashree
Leave A Reply

Your email address will not be published.