ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମଧ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏଆଇୟୁ ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ଡେଭଲପ୍‌ମେଣ୍ଟ ସେଣ୍ଟର (ଏଆଇୟୁ – ଏଏଡିସି), ଗୃହ ବିଜ୍ଞାନ ବିଭାଗ ଏବଂ ଇଣ୍ଡିଆନ୍ ୟୁନିଭରସିଟିସ୍ ଆସୋସିଏସନ୍ (ଏଆଇୟୁ), ନୂଆଦିଲ୍ଲୀ ମିଳିତ ଭାବେ ଆଜିଠାରୁ ‘କମ୍ୟୁନିଟି ସାଇନ୍ସରେ ଆପ୍ଲାଏଡ୍ ରିସର୍ଚ୍ଚ ପଦ୍ଧତି’ ଉପରେ ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ. କେ. ତ୍ରିପାଠୀ, ନିର୍ଦ୍ଦେଶକ, ଆର ଆଣ୍ଡ ଡି ସେଲ୍ ଏବଂ ୟୁଏନ୍‌ଡିପି ଓଡିଶାର ମୁଖ୍ୟ ଡ. ଆଭା ମିଶ୍ର ଉଦ୍‌ଘାଟନ କରିଥିଲେ । ତଥା କାର୍ଯ୍ୟକ୍ରମର ଆବାହକ ଡ. ମୁତ୍ୟୁଞ୍ଜୟ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ବିଷୟବସ୍ତୁ ବିଷୟରେ କହିଥିଲେ । ଗୃହ ବିଜ୍ଞାନ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ଆବାହକ ଡକ୍ଟର ସସ୍ମିତା ବେହେରା ଅଂଶଗ୍ରହଣକାରୀ ଶିକ୍ଷକ ଏବଂ ଅନୁସନ୍ଧାନକାରୀଙ୍କୁ ସମ୍ବୋଧିତ କରିଥିଲେ ଏବଂ ଉଦ୍‌ଘାଟନୀ ସମାରୋହର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ (ଆରଡିଡବ୍ଲୁୟୁ) କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଯୋଗ ଦେଇଥିଲେ ଏବଂ ୟୁଏନ୍‌ଡିପି ଓଡିଶାର ମୁଖ୍ୟ, ଡ. ଆଭା ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସେମାନେ ସମ୍ପ୍ରଦାୟ ବିଜ୍ଞାନ ଅନୁସନ୍ଧାନ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ତଥା ଗୃହ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଶ୍ରୀମତୀ ଅନୀତା ପାଣ୍ଡେ ଧନ୍ୟବାଦ୍‌ ଅର୍ପଣ ପ୍ରସ୍ତାବ ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ଉଦ୍‌ଦ୍ଘାଟନୀ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୩ ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ । ଏଆଇୟୁ – ଏଏଡିସି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ଶ୍ରୀମତୀ ଆଲିଟା ମିନଜ, ଅସ୍ମିତା ବେଉରା, ମାନସୀ ମେହେର, ଡ. ରାଜ କିଶୋର କାମ୍ପା, ବନମାଳୀ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗୃହ ବିଜ୍ଞାନ ଏବଂ ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

three × one =