pakka

ଯୁବକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

bbehera

କଟକ : ଦୋଳମୁଣ୍ଡାଇ ଛକ ନିକଟରେ ସଡ଼କ ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ବ୍ୟକ୍ତି ଜଣକ ହେଲେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲି । ସୂଚନା ଅନୁସାରେ ପ୍ରମୋଦ ମୁଦୁଲି ଟେଲର୍‌ କାମ କରୁଥିଲେ । ଗତ ରାତିରେ ପ୍ରମୋଦ ଘରକୁ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ିଯାଇଥିଲା । ବାଦାମବାଡ଼ି ଗୋଲେଇ ଛକରୁ ଏକ ଟ୍ରକ ଔଷଧ ବୋଝେଇ ରାଣୀହାଟ ଆଡକୁ ଅନଲୋଡିଂ ପାଇଁ ଯାଉଥିଲା । ଏହି ସମୟରେ ଟ୍ରକ୍‌ଟି ପ୍ରମୋଦଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ପ୍ରମୋଦ ଗୁରୁତର ହୋଇପଡିଥିଲେ । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଗୁରୁତର ପ୍ରମୋଦଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

jay balangir
Leave A Reply

Your email address will not be published.

ten − 8 =

error: Content is protected !!