ରାଜଧାନୀରୁ ୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : ରାଜଧାନୀରୁ ବିପୁଳ ଟଙ୍କା ଜବତ । ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହେଲା ୭୫ ଲକ୍ଷର ନଗଦ ଟଙ୍କା । ଏତେ ପରିମାଣର ଟଙ୍କା ଜବତ ପରେ ତଦନ୍ତ କରୁଛି ଆୟକର ବିଭାଗ । ମଙ୍ଗଳବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱରରୁ ଆସୁଥିଲେ । ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ୍ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା । ଯାହାକୁ ସିଜ୍ କରିଛି ଆୟକର ବିଭାଗ । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କଣ ପାଇଁ ଆସିଥିଲା । ତାର ତଦନ୍ତ କରୁଛି ଆୟକର ବିଭାଗ ।

Leave A Reply

Your email address will not be published.

18 − twelve =