
ବରଗଡ଼, (ନିରୋଜ କୁମାର ପାଣୀ) : ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ଆନୁକୂଲ୍ୟରେ,ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏବଂ ଲୁଲୁ ରବିନ ଦାସଙ୍କ ଆବାହକତ୍ୱରେ ଯଦୁମଣି ପ୍ରଧାନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ସର୍ଦ୍ଦାର ପ୍ରୀତମ ସିଂଙ୍କ ସ୍ୱାଗତ ପରେ ଦଧିବାବନ ଶତପଥିଙ୍କ ସଭାପତିତ୍ବରେ ପ୍ରଦୀପ ଦେବତାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ । ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ, ସନ୍ତୋଷିନୀ ନାଗ ଗୁରୁ ବନ୍ଦନା ଗାନ କରିଥିଲେ । ମୁଖ୍ୟଅତିଥି ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ. ଚିରବ୍ରତ ଦତ୍ତ, ପ୍ରାକ୍ତନ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ, ମୁଖ୍ୟବକ୍ତା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଯୋଗ ଦେଇ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାର ପ୍ରସାର ଏବଂ ଗୋଟିଏ ଦିନରେ ନୂଆଁଖାଇ ପାଇଁ ଗୁରୁ ଭଗବାନ ସାହୁଙ୍କ ସଂଘର୍ଷମୟ ଇତିହାସ ଉପରେ ଆଲୋଚନା କରିଥିଲେ । ଯୁଗଳ ପ୍ରସାଦ ସିଂ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ, ଏହି ଅବସରରେ ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକର ହିନ୍ଦୀ ଅନୁବାଦ ଉନ୍ମୋଚିତ ହୋଇଥିଲା । ଅନୁବାଦକ ଡ. ଚିତ୍ତରଞ୍ଜନ ନାହାକଙ୍କୁ ସମ୍ମାନିତ କରାଯାଇଥିଲା । ଭବ୍ୟ କାର୍ଯ୍ୟକ୍ରମରେ ଶିଖ ଧର୍ମଗୁରୁ ଜ୍ଞାନୀ ସଞ୍ଜୀବ ସିଂ, ହିନ୍ଦୁ ପଣ୍ଡିତ ନରସିଂହ ଶତପଥୀ, ମୁସଲିମ ଧର୍ମଗୁରୁ ହାଫିଜ୍ ଗୁଲାମ ମୁଜତାଫା, ଖ୍ରୀଷ୍ଟିଆନ ଧର୍ମଗୁରୁ ରେଭ ଡ. ସୁକାନ୍ତ ବାଗଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ, ବିଶିଷ୍ଟ କଳାକାର ଶୁଶିଳା ନାୟାର, ରିତିକା ଜାଲ, ସୁପ୍ରଭା ସୁନା, ନେହେରୁ ସରାଫ, ଅନନ୍ତ କୁମାର ସାହୁ, ମାମି ଚକ୍ରବର୍ତ୍ତୀ, ଲଲିତ ଜଗତ, ସନାତନ ଦୀପଙ୍କୁ ସମ୍ମାନିତ କରାଯାଇଥିଲା । ନରେନ୍ଦ୍ର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ନରେନ୍ଦ୍ର ହୋତା, କମଲ ଲୋଚନ ପଣ୍ଡା, ଶେଖ ଦଲିଲ, ସବିତା ମହରା, ଅହଲ୍ୟା ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ, ବିଶିଷ୍ଟ ଅତିଥି ଭାବେ ପ୍ରମୋଦ ଚନ୍ଦ୍ର ଦେବତା, ଗୁରୁ ଭାଗବତ ପଧାନ ଭାଗବତିଆ, ଉତ୍ପନ୍ନ ଭୋଇ ନେତ୍ରାନନ୍ଦ ପ୍ରଧାନ, ଭବାନୀଶ ଭୋଇ, ଦିବାକର ପ୍ରଧାନ, ଦାସରଥି ସାହୁ, ଅଶୋକ ପୂଜାହାରୀ, ତପନ ବାରିକ, ଯୋଗ ଦେଇଥିଲେ । କବି ଧର୍ମରାଜ ପ୍ରଧାନ ଏବଂ ସଙ୍ଗୀତା ଦୀପଙ୍କ ସଂଯୋଜନାରେ “ଗୋଟିଏ ଦିନରେ ନୂଆଁଖାଇ ଏବଂ ଗୁରୁ ଭଗବାନ ସାହୁ” ଶିର୍ଷକ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ନିରଞ୍ଜନ ପଣ୍ଡା, ନୁରାବତି ସାହୁ, ଜୟଶ୍ରୀ ପଣ୍ଡା, ଭିକାରୀ ଚରଣ ପଧାନ, ଉଦ୍ଧବ ବାରିକ, ଟିକେଲାଲ ରାଉତ, ଚିନ୍ମୟୀ କଣ୍ଟା, ସଙ୍ଗୀତା ସାହୁ, ଦୁର୍ଲଭ ଗଡତିଆ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ସୁଦାମ ସୁନା, ଫଗନୁ କୁମ୍ଭାର, ଜଟାଧାରୀ ପ୍ରଧାନ, ଦୁର୍ବାଦଳ ମେହେର, କମଲଳ ଲୋଚନ ପଣ୍ଡା ସମେତ ଅନେକ ବିଶିଷ୍ଟ କବି କବିତା ପାଠ କରିଥିଲେ । ନେହେରୁ ସରାଫଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନୋରଞ୍ଜନ ସାହୁ, ଗୋପାଲ ଦାଶ, ଅକ୍ଷୟ ଭୋଇ, ପ୍ରଦୀପ ସାହୁ, ରାମଜୀ ପ୍ରଧାନ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅଚ୍ୟୁତାନନ୍ଦ ବାରିକ, ଉଦ୍ଧବ ବେହେରା, ଶିବାନନ୍ଦ ମଟାରୀ, ସୁଧିର ଦାଶ, ଅଶ୍ୱିନୀ ପଣ୍ଡା, ସାରଥି ମେହେର, ପ୍ରଦୀପ ସାହୁ, ମାନସ ରଞ୍ଜନ ଦାଶ ପ୍ରମୁଖ ସମସ୍ତ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ କବି ଶେଖ ଜଲିଲ ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗଦାନ କରିଥିଲେ ।