pakka

ପାଟଣାଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସରୋଜ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ସରୋଜ । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗଦାନ କରିଥିଲେ । ଅନ୍ୟଟେ ଘଗରା ଗ୍ରାମଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ବେଲପଡା ବ୍ଲକ ଅନ୍ତର୍ଗତ ପତ୍ରାପାଲିଠାରେ କୁଣାବରା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଏବଂ ସିହିନୀ ଗ୍ରାମଠାରେ ଆୟୋଜିତ ପ୍ରହରୀ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦାନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

5 × four =